ଅପହୃତ ଭାରତୀୟ ବଂଶୋଦ୍ଭବଙ୍କ ମିଳୁନି ପତ୍ତା

Spread the love

ସାକ୍ରାମେଣ୍ଟୋ: କାଲିଫର୍ଣ୍ଣିଆରେ ଭାରତୀୟ ବଂଶୋଦ୍ଭବଙ୍କ ଅପହରଣ ଓ ମୁଣ୍ଡ ଜାମିନକୁ ନେଇ ସମୟ ଯେତେ ଗଡ଼ୁଛି, ସସପେନ୍ସ ସେତିକି ବଢୁଛି। ୩୬ ବର୍ଷୀୟ ଜଶଦୀପ ସିଂ, ତାଙ୍କ ପତ୍ନୀ ୨୭ ବର୍ଷୀୟା ଜଶଲିନ କୌର ଓ ସେମାନଙ୍କ ୮ ମାସର ଛୁଆ ଆରୋହୀ ଧେରିଙ୍କ ସମେତ ୩୯ ବର୍ଷୀୟ ଅମନଦୀପ ସିଂଙ୍କ ଅପହରଣକୁ ନେଇ ନାନା କଥା ପଦାକୁ ଆସୁଛି। ସୋମବାରରୁ ଏହି ୪ ଜଣଙ୍କୁ ଅପହରଣ କରାଯାଇଛି। ଏମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଆଉ ଏତିକିବେଳେ ନିଖୋଜ ହୋଇଥିବା ଅମନଦୀପଙ୍କ ପିକଅପ୍ ଟ୍ରକ ଜଳନ୍ତା ଅବସ୍ଥାରେ ମରସିଡ କଣ୍ଟ୍ରି ବାହାରେ ଠାବ କରାଯାଇଛି।

ଜସଦୀପ, ତାଙ୍କ ପତ୍ନୀ ଜଶଲିନ, ୮ ମାସର ଛୁଆ ଆରୋହିଙ୍କ ସମେତ ତାଙ୍କ ଦାଦା ଅମନଦୀପଙ୍କର କୌଣସି ପତ୍ତା ମିଳୁନାହିଁ। ସୋମବାରରୁ ବନ୍ଧୁକମୁନରେ ଏହି ୪ ଜଣଙ୍କୁ ଅପହରଣକାରୀ ନେଇଯାଇଛନ୍ତି। ଏତିକିବେଳେ ନିଖୋଜ ଅମନଦୀପଙ୍କ ପିକ୍‌ଅପ ଟ୍ରକ୍ ଜଳନ୍ତା ଅବସ୍ଥାରେ ମରସିଡ କଣ୍ଟ୍ରି ବାହାରେ ଠାବ କରାଯାଇଛି। ସେରିଫ୍ ଭେର୍ଣ୍ଣନ୍ ଓ୍ୱାର୍ଣ୍ଣେକେ ସୂଚନା ଦେଇଥିଲା କି, ଅପହରଣକାରୀ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି। ସନ୍ଦିଗ୍ଧ ଅପହରଣକାରୀଙ୍କ ଫଟୋ ବି ପ୍ରଶାସନ ଜାରି କରିଛି। ଅପହରଣକାରୀଙ୍କୁ କେଉଁଠି ଦେଖିଲେ, ନା ଅପହରଣକାରୀ ନା ଅପହର୍ତ୍ତାଙ୍କ ସହ ପବ୍ଲିକ୍ କୌଣସି କଥାବାର୍ତ୍ତା କରିବେନି। ବରଂ ପୁଲିସକୁ ତୁରନ୍ତ ୯୧୧ରେ ଡାଏଲ୍ କରି ଜଣାଇବେ। କାରଣ ଅପହରଣକାରୀ ବେଶ୍ ବିପଦଜ୍ଜନକ।

୨୦୧୯ରେ ସମାନ ଘଟଣା ଘଟିଥିଲା। ଭାରତୀୟ ବଂଶୋଦ୍ଭବ ତୁଷାର ଆଟ୍ରେଙ୍କ ମୃତଦେହ ତାଙ୍କର ଗାର୍ଲଫ୍ରେଣ୍ଡ୍ ଙ୍କ କାରରେ ମିଳିଥିଲା। ତୁଷାର ଏକ ଡିଜିଟାଲ ମାର୍କେଟିଂ କମ୍ପାନୀର ମାଲିକ ଥିଲେ। ଗନ୍‌ ପଏଣ୍ଟରେ ଏହି ଶିଖ୍ ପରିବାର ଅପହରଣ ସବୁଠି ହଇଚଇ ଖେଳାଇଦେଇଛି। ସେଣ୍ଟ୍ରାଲ କାଲଫର୍ଣ୍ଣିଆରୁ ଅପହରଣ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲା ଅପହରଣକାରୀ। ସନ୍ଦେହରେ ଜଣେ ଅପହରଣକାରୀକୁ ପୁଲିସ ଗିରଫ କରିଥିବା ଦାବି କରିଛି। ମଙ୍ଗଳବାରଠୁ ଗୁରୁତର ଅବସ୍ଥାରେ ଅପହରଣକାରୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି। କିନ୍ତୁ ଶିଖ୍ ପରିବାରର ପତ୍ତା ମିଳୁନି। ଅଭିଯୁକ୍ତର ନାଁ ଜେସସ୍ ସାଲଗୋଡ଼ୋ। ଯାହାର ବୟସ ୪୮ ବର୍ଷ। ଅପହର୍ତ୍ତାଙ୍କ ଏଟିଏମ କାର୍ଡ ବ୍ୟବହାର ବେଳେ ପୁଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା। ଅପହରଣକାରୀ କୌଣସି ଟଙ୍କା ଦାବି କରିନଥିଲା କି କାହାକୁ ନିଜର ଦାବି କଅଣ ବୋଲି କଣ୍ଟାକ୍ଟ ବି କରିନଥିଲା। ଫେସବୁକରେ ଅପହରଣ ସୂଚନା ଓ ସନ୍ଦିଗ୍ଧ ଅପହରଣକାରୀଙ୍କ ବାବଦରେ ସୂଚନା ଦେଇଛି ପୁଲିସ।

ସାଉଥ ହାଇଓ୍ୱେ ୫୯ର ୮୦୦ ବ୍ଲକ୍ ରେ ବ୍ୟବସାୟିକ ପ୍ରତିଷ୍ଠାନରୁ ହିଁ ଏମାନଙ୍କୁ ଅପହରଣ କରାଯାଇଛି। ସମସ୍ତ ଅପହରଣକାରୀ ମାରଣାସ୍ତ୍ର ଧରିଥିଲେ। ଅପହରଣକାରୀଙ୍କ ସ୍କେଚ୍ ଜାରି କରିସାରିଛି ପୁଲିସ। ଗ୍ରେ-ଟି ସାର୍ଟ, ବ୍ଲାକ୍ ସ୍ଲିଭ୍ସ, ବ୍ଲୁ ସର୍ଜିକାଲ ମାସ୍କ ପିନ୍ଧିଥିଲେ ଅପହରଣକାରୀ। ଅପହରଣବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଗ୍ୟାସ୍ ଷ୍ଟେସନରୁ ହିଁ ଏମାନଙ୍କୁ ଟେକିନେଇଥିଲେ ଅପହରଣକାରୀ।

ଭାରତୀୟ ବଂଶୋଦ୍ଭବ ପଞ୍ଜାବୀ ପରିବାରର ପତ୍ତା ମିଳିନି। ସେମାନଙ୍କୁ ଠାବ କରିବାକୁ ଦିନ ରାତି ଏକ କରିଦେଇଛି ପୁଲିସ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *