ନୋ ନେଗୋସିଏସନ। ସରେଣ୍ଡର ଅର୍ ଡାଏ। ନକ୍ସଲଙ୍କ ସହ କୌଣସି ଆଲୋଚନା ହେବନି ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ନକ୍ସଲ ଦେଇଥିବା ସିଜଫାୟାର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଶାହା। ଯେହେତୁ ସରକାର ଆତ୍ମସମର୍ପଣ ନୀତି ଅଫର୍ ଦେଇଥିଲେ। କିନ୍ତୁ ମଉକାର ଫାଏଦା ନେବା ବଦଳରେ ହାତରେ ଅସ୍ତ୍ର ଧରି ନିରୀହ ଲୋକଙ୍କୁ ମାରୁଛନ୍ତି ନକ୍ସଲ। ସେଥିଲାଗି ବୁଲେଟର ଜବାବ ବୁଲେଟରେ ମିଳିବ। ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତ ନକ୍ସଲମୁକ୍ତ ହେବ। ନକ୍ସଲଙ୍କୁ ନିପାତରେ ବିଶ୍ୱାସ କରନ୍ତିନି ସରକାର। କିନ୍ତୁ ଲୋକଙ୍କୁ ମାରିଲେ ସରକାର ଛାଡ଼ିବେନି। ଯେଉଁ ବାମପନ୍ଥୀ ଦଳ ନକ୍ସଲଙ୍କ ସମର୍ଥନରେ ବାହାରୁଛନ୍ତି, ସେମାନଙ୍କୁ ବି କଡ଼ା କଟାକ୍ଷ କରିଛନ୍ତି ଶାହା। ଏବେ ସିଜ୍ଫାୟାର ନେଇ ନକ୍ସଲଙ୍କ ଚିଠି କୌଣସି କାଟୁ କରିବନି। ଅସ୍ତ୍ର ପକାଇଦିଅ। ପୁଲିସ ଗୁଳି କରିବନି।

ଅପରେସନ ବ୍ଲାକ ଫରେଷ୍ଟ ଆରମ୍ଭ ହେବା ମାତ୍ରେ ବାମପନ୍ଥୀ ଦଳ ସିପିଆଇ ଓ ସିପିଆଇଏମ ଥରହର ହେଲେଣି। କାହିଁକି ନକ୍ସଲଙ୍କୁ ରକ୍ଷା କରିବାକୁ ଏତେ ଆଗଭର। ବଡ଼ ବଡ଼ ଆର୍ଟିକିଲ ଲେଖି ସରକାରଙ୍କୁ ବଡ଼ ବଡ଼ ଉପଦେଶ ଦେଉଥିବା ବ୍ୟକ୍ତି କେବେ ଆଦିବାସୀ ପୀଡ଼ିତଙ୍କ ବାବଦରେ ଲେଖୁଛନ୍ତି କି। ମରୁଥିବା ଲୋକ ବି ତ ଆଦିବାସୀ। ସେମାନଙ୍କ ପ୍ରତି ଏତେ ସମବେଦନା ଆସୁନି କେମିତି। ନକ୍ସଲବାଦ ସମସ୍ୟା ସରୁନି। କାରଣ ଏହା ପଛରେ ପୃଷ୍ଠପୋଷକ କିଏ। ନକ୍ସଲ ବିଚାରାଧାରା ନ ସରିଲା ଯାଏ, ଆଇନଗତ ସମର୍ଥନ ଓ ଫଣ୍ଡିଂ ଦେଉଥିବା ବ୍ୟକ୍ତି ନ ବୁଝିଲା ଯାଏ ନକ୍ସଲ ବିରୋଧୀ ଲଢ଼େଇ ସରିବନି। କେବଳ ଅସ୍ତ୍ରଶସ୍ତ୍ର ଦ୍ୱାରା ଏହା ସରିବନି।ସିପିଆଇ ମହାସଚିବ ଡି.ରାଜା କହିଛନ୍ତି, ନକ୍ସଲ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରନ୍ତୁ। ନକ୍ସଲ ମୁକ୍ତ ଭାରତର ନାରାକୁ ବିରୋଧ କରିଛନ୍ତି ଡି.ରାଜା। କଂଗ୍ରେସ ମୁକ୍ତ ଭାରତ ନାରା ଦେଇଥିଲେ ବିଜେପି ସରକାର। କଅଣ ହୋଇଗଲା। କାଲିକି କାଲି ବାମପନ୍ଥୀ ମୁକ୍ତ ଭାରତ ବୋଲି ବି କହିବେ। ଯେପର୍ଯ୍ୟନ୍ତ କ୍ଷମତାରୁ ବିଜେପି-ଆରଏସଏସ ହଟିନି। ସେ ପର୍ଯ୍ୟନ୍ତ ଭାରତର ଭବିଷ୍ୟତ ସବୁବେଳେ ବିପଦରେ ରହିବ। ଶାସକ ଦଳ କାଉଣ୍ଟରରେ କହିଛି, ଯେପର୍ଯ୍ୟନ୍ତ ଅର୍ବାନ ନକ୍ସଲ ଚିନ୍ତାଧାରାର ବ୍ୟକ୍ତି ବସିଛନ୍ତି, ନକ୍ସଲ ମୁକ୍ତ ଭାରତ ସମ୍ଭବ ନୁହେଁ। ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଆତ୍ମସମର୍ପଣ କଲେ ସମ୍ମାନର ସହ ସମାଜରେ ବଞ୍ଚିବାର ସୁଯୋଗ ଦିଆଯିବ। ଅମିତ ମାଲଭିୟା କହିଛନ୍ତି, ନକ୍ସଲଙ୍କ ପାଇଁ ଓକିଲାତି କରି ରାଜାଙ୍କ ଭଳି ନେତା ସମ୍ୱିଧାନକୁ ପ୍ରତାରଣା କରୁଛନ୍ତି। ନକ୍ସଲବାଦ ଅନ୍ତର ଡେଡଲାଇନ୍ ସେଟ୍ କରିଛନ୍ତି ଶାହା। ସରକାରଙ୍କ ସହ ଶାନ୍ତିବାର୍ତ୍ତା ସକାଶେ ନକ୍ସଲ ମାସେ ପାଇଁ ଅସ୍ତ୍ରବିରତି କରିଥିଲେ। ଅଗଷ୍ଟ ୧୫ରେ ଯୁଦ୍ଧବିରତି ଲାଗି ଚିଠି ଲେଖିଥଲେ। ଯାହା ଗଲା ୧୬ ତାରିଖରେ ସରିଥିଲା। ମାସେ ଭିତରେ ନିଜର କ୍ୟାଡ଼ରଙ୍କ ସହ ବିଚାରବିମର୍ଶ କରିବାକୁ ସମୟ ପାଇବେ ବୋଲି ଯୁକ୍ତି ଦେଇଥିଲେ ନକ୍ସଲ। ନକ୍ସଲ ସଂଗଠନର ମହାସଚିବ କମ୍ରେଡ ଅଭୟଙ୍କ ନାଁରେ ଏହି ଚିଠି ଜାରି ହୋଇଥିଲା। ତା ସତ୍ତ୍ୱେ ନକ୍ସଲ ବିରୋଧୀ ଅପରେସନ ଜାରି ରଖିଥିଲେ ସରକାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now