କୁଖ୍ୟାତ ଲୁଟେରା ହେମନ୍ତ ଦାସ ଗିରଫ

Spread the love

ଭୁବନେଶ୍ୱର : କୁଖ୍ୟାତ ଲୁଟେରା ହେମନ୍ତ ଦାସ ପୁଣି ଗିରଫ ହୋଇଛି । ଏକ ଚୋରି ମାମଲାରେ ବାଦାମବାଡି ପୋଲିସ ତାକୁ ଗିରଫ କରିଛି । ହେମନ୍ତ ନାଁ ରେ କେବଳ ରାଜ୍ୟରେ ୧୦୦ ରୁ ଊର୍ଦ୍ଧ୍ୱ ମାମଲା ରହିଛି । ଏହାଛଡା ବିଭିନ୍ନ ରାଜ୍ୟରେ ମଧ୍ୟ ତା ନାଁରେ ମାମଲା ରହିଛି । ତା ନାଁ ରେ ଚୋରି, ଡକାୟତି, ଲୁଟ ଭଳି ସାରା ଦେଶରେ ମୋଟ ୫୦୦ ରୁ ଊର୍ଦ୍ଧ୍ୱ ମାମଲା ରହିଛି । ମୁମ୍ବାଇ, ବାଙ୍ଗାଲୋର, କୋଲକାତା, ଦିଲ୍ଲୀ ଆଦି ରାଜ୍ୟରେ ସେ ବୁଲି ବୁଲି ଚୋରି କରିଥାଏ । ତା ଘର ଭୁବନେଶ୍ୱର ଲିଙ୍ଗରାଜ ଥାନା ହାଟସାହି ଅଞ୍ଚଳରେ । ଏଥର ବାଦାମବାଡି ଅଂଚଳରେ ଏକ ମେଡିସିନ ଷ୍ଟୋରରୁ ଚୋରି କରିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *