ବାଇକ ଚୋରି ମାମଲାରେ ପର୍ଦାଫାସ, ଜଣେ ଗିରଫ

Spread the love

ଜୟପୁର : ବାଇକ ଚୋରି ମାମଲାର ପର୍ଦାଫାସ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟନଗର ଗାଦବା ସାହିର ଆକାଶ ଗାଦବା (୨୧) । ପୋଲିସ ସୁଚନା ଅନୁଯାଇ ଜୟପୁର ସହର ଗ୍ଲୋବାଲ ହସପିଟାଲ ଆଶ୍ରମ କୋଲନିରେ ରହୁଥିବା ବିଜୟ ଷଡଙ୍ଗିଙ୍କ ଘର ବାରଣ୍ଡାରେ ବାଇକ ରଖିଥିଲେ । ସେ ବାଇକ ଚୋରି ହୋଇ ଯାଇଥିଲା । ଏନେଇ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲା । ତଦନ୍ତରେ ଜାଣି ପୋଲିସ ଜୟନଗରରୁ ଅଭିଯୁକ୍ତ ଆକାଶ ଗାଦବାକୁ ଗିରଫ କରି ଚୋରି ହୋଇ ଥିବା ବାଇକକୁ ଜବତ କରିଛି । ମାମଲାକୁ ବିଷ୍ଣୁ ମାଡକାମି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *