ଡାକ ବିଭାଗରେ ନିଯୁକ୍ତି ପାଇ ଜାଲ ସାଟିଫିକେଟ ମାମଲା, ଜଣେ ଗିରଫ

Spread the love

ଜୟପୁର : ଗ୍ରାମୀଣ ଡାକ ସେବକ ବ୍ରାଂଚ ପୋଷ୍ଟ ମାଷ୍ଟର, ଆସିଷ୍ଟାଣ୍ଡ ବ୍ରାଂଚ ପୋଷ୍ଟ ମାଷ୍ଟରରେ ଜାଲ ସାଟିଫିକେଟ ମାମଲାର ପର୍ଦ୍ଦାଫାସ କରିଛି ଜୟପୁର ଟାଉନ ପୋଲିସ ।  ଗିରଫ ଅଭିଯୁକ୍ତ ଜଣକ ପିୟୁସ କୁମାର ମହନ୍ତ ମାଲକାନଗିରିରେ ରହୁଥିବା ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଏହି ମାମଲାରେ ଗତ ୬ ଏପ୍ରିଲ ୨୦୨୩ ତାରିଖରେ ୪ ଅଭିଯୁକ୍ତକୁ ଗିରଫ କରି ଥିଲା । ପୋଲିସ ସୂଚନା ଅନୁଯାଇ ଗିରଫ ଅଭିଯୁକ୍ତ ମାନେ ଗ୍ରାମୀଣ ଡାକ ସେବକ ବ୍ରାଂଚ ପୋଷ୍ଟର ଆସିଷ୍ଟାଣ୍ଡ ବ୍ରାଂଚ ପୋଷ୍ଟ ମାଷ୍ଟର ପଦବୀରେ ଜାଲ ସାଟିଫିକେଟରେ ଆବେଦନ କରିଥିଲେ । ସେମାନେ ଚୟନ ମଧ୍ୟ ହୋଇଥିଲେ । ସାଟିଫିକେଟ ଯାଂଚ ସମୟରେ ଏହା ଜଣା ପଡିବାରୁ ଡାକ ବିଭାଗ ତରଫରୁ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଉତର ପ୍ରଦେଶ ରାଜ୍ୟ ସାଟିଫିକେଟ ଦେଇଥିଲେ । ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *