ଚୋରି ମାମଲାରେ ଜଣେ ଗିରଫ

Spread the love

ଜୟପୁର : ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଟାଙ୍କୁଆର ଉପେନ୍ଦ୍ର ଗୌଡ (୩୧) । ପୋଲିସ ସୂଚନା ଅନୁଯାଇ ଜୟପୁର ଏୟାର ପୋର୍ଟ ଛକରେ ଥିବା କଳିଙ୍ଗା ଆଟୋ ସିଣ୍ଡିକେଟର ମାଲିକ କୃଷ୍ଣ ଚନ୍ଦ୍ର ମହାପାତ୍ର ଅଭିଯୋଗ କରିଥିଲେ । ତାଙ୍କ ସୋରୁମ ରୁ ଦୁଇଟି ରି ପ୍ରସେସିଙ୍ଗ ଟ୍ରାକ୍ଟରକୁ ମାଲିକକୁ ନଜଣାଇ ଚୋରି କରି ବିକ୍ର କରି ଦେଇ ଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭତି କରି ପୋଲିସ ମାମଲା ରୁଜୁ କରି ଟାଙ୍କୁଆର ଉପେନ୍ଦ୍ର ଗୌଡ (୩୧) କୁ ଗିରଫ କରି ଚୋରି ହୋଇଥିବା ଟ୍ରାକ୍ଟରକୁ ଜବତ କରିଛି । ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି । ଏହି ମାମଲାରେ ଜଡିତ ଥିବା ଅର୍ଜୁନ ହରିଜନ ଫେରାର ଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି । ଫେରାର ଅର୍ଜୁନ ଗାର୍ଡ ହିସାବରେ ଏଠାରେ କାର୍ଯ୍ୟ କରୁଥିଲେ ।

Leave a Reply

Your email address will not be published. Required fields are marked *