ଛୁରାମାଡରେ ଜଣଙ୍କ ମୃତ୍ୟୁ: ଅଞ୍ଚଳରେ ୧୪୪ ଜାରି

Spread the love

ମେଙ୍ଗାଲୁରୁ:  ମେଙ୍ଗାଲୁରୁରେ ଦୁଇ ଜଣ ବ୍ୟକ୍ତି ଜଣଙ୍କୁ ଛୁରୀ ମାରି ହତ୍ୟା କରିବା ପରେ ଦେଖା ଦେଇଛି ଉତ୍ତେଜନା। ଫଳରେ ମେଙ୍ଗାଲୁରୁର ସମ୍ବେଦନଶୀଳ ସୁରତକଲ, ବାଜପେ, କଭୁରୁ ଓ ପାନମପୁରରେ  ୨୫ ସକାଳ ୬ଟାରୁ ୨୭ ଡିମ୍ବେର ସକାଳ ୬ଟା ପର୍ଯ୍ୟନ୍ତ ସିଆରପିସିର ଧାରା ୧୪୪ ଜାରି କରାଯାଇଛି। ତେଣୁ ୫ରୁ  ଅଧିକ ଲୋକ ଏକତ୍ରୀତ ନ ହେବାକୁ କୁହାଯାଇଛି।୨୫ରୁ ୨୭ ପର୍ଯ୍ୟନ୍ତ ଏହି ସବୁ ସ୍ଥାନରେ ମଦ ବିକ୍ରି ଉପରେ ମଧ୍ୟ ଲଗାଯାଇଛି ପ୍ରତିବନ୍ଧକ।

ମୃତକ ୪୩ ବର୍ଷୀୟ ଜଲିଲ ବୋଲି ଚିହ୍ନଟ ହୋଇଛି। ଜଲିଲଙ୍କର ଏକ ପ୍ୟାନ୍ସି ଦୋକାନ ଥିଲା ଓ ସେ ଉଡ୍ଡପି ନିକଟବର୍ତ୍ତୀ କୁଲୁରୁରେ ରହୁଥିଲେ। ଶନିବାର ରାତି ପ୍ରାୟ ୮ଟାରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଦୋକାନରେ ପହଞ୍ଚି ତାଙ୍କୁ ଛୁରି ମାରି ଫେରାର ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଶ୍ରୀନିବାସ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 ଶନିବାର ରାତି ପ୍ରାୟ ୮ଟାରେ ଏହି ଛୁରି ମାଡ ଘଟଣା ଘଟିଛି। ପୁଲିସ କମିଶନର ଶଶି କୁମାର କହିଛନ୍ତି, ସୁରତକଲ ସର୍ବଦା ଏକ ସମ୍ବେଦନଶୀଳ ଅଞ୍ଚଳ ରହି ଆସିଛି। ଆଗକୁ କ୍ରିଷ୍ଟମାସ । ତେଣୁ ଏହି ଘଟଣାକୁ ନେଇ କୌଣସି ଅପ୍ରିତିକର ସ୍ଥିତି ଆଶଙ୍କାରେ କର୍ଫ୍ୟୁ  ଜାରି କରାଯାଇଛି। ହତ୍ୟାକାଣ୍ଡର କାରଣ ଜଣାପଡି ନାହିଁ। ପୁଲିସ ଏହାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *