ଯେକୌଣସି ତଦନ୍ତକୁ ପ୍ରସ୍ତୁତ- ପାକିସ୍ତାନ ପ୍ରଧାନମନ୍ତ୍ରୀ

ପହଲଗାମ ଆତଙ୍କି ଆକ୍ରମଣ ଘଟଣା ପଛରେ ପାକିସ୍ତାନର ହାତ ଥିବା ଆରୋପ ଲଦିଛି ଭାରତ। ଯେ ପର୍ଯ୍ୟନ୍ତ ଆତଙ୍କବାଦକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଥିବ, ସେ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ୫ଟି ବଡ଼ ଆକ୍ସନ ଘୋଷଣା କରିବା ପରେ ପାକିସ୍ତାନ ଛାନିଆ ହୋଇପଡ଼ିଲାଣି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ୱାଜ ସରିଫ୍ ଘୋଷଣା କରିଛନ୍ତି ଯେ, ପାକିସ୍ତାନ ଯେ କୌଣସି ନିରପେକ୍ଷ, ପାରଦର୍ଶି ଓ ବିଶ୍ୱସନୀୟ ତଦନ୍ତ ପ୍ରକ୍ରିୟାରେ ସାମିଲ୍ ଲାଗି ପ୍ରସ୍ତୁତ। ପହଲଗାମ ଆତଙ୍କି ଆକ୍ରମଣ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ସରିଫ୍। ପାକିସ୍ତାନ ସେନା ଏକାଡେମୀରେ ଅଭିଭାଷଣ ଅବସରରେ ସରିଫ ଏହା ବି କହିଛନ୍ତି ଯେ, ପହଲଗାମ ଆତଙ୍କି ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ନେଇ ନିରନ୍ତର ଆରୋପ ବନ୍ଦ ହେବା ଜରୁରୀ। ସେଥିଲାଗି ପାକିସ୍ତାନ ଏକ ଦାୟିତ୍ୱସମ୍ପନ୍ନ ଦେଶ ଭାବେ ସମସ୍ତ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସରିଫ। ପାକିସ୍ତାନକୁ ଜାଣିଶୁଣି ବଦନାମ କରାଯାଉଛି। ଏଭଳି କହି ଭାରତକୁ ସିଧା ଚ୍ୟାଲେଞ୍ଜ କରିଛନ୍ତି ସରିଫ୍।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *