ପାକିସ୍ତାନୀ ସେନା ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ । ବିସ୍ଫୋରଣରେ ୪୭ ସୁରକ୍ଷାକର୍ମୀ ନିହତ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଆତ୍ମଘାତୀ ହମଲା କରିଥିବା ଦାବି କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମି । ବେଲୁଚିସ୍ତାନର ତୁର୍ବତ୍ତ ନିକଟରେ ଏହି ବିସ୍ଫୋରଣ ହୋଇଛି । ଆକ୍ରମଣ ରବିବାର ସନ୍ଧ୍ୟା ସମୟରେ ବେହମାନ ଅଞ୍ଚଳରେ ହୋଇଛି । ଏହା ତୁର୍ବତ୍ତ ସହର ଠାରୁ ପ୍ରାୟ ୮ କିମି ଦୂର। ଆତଙ୍କବାଦୀ ୧୩ଟି ଗାଡି ଉପରେ ଆକ୍ରମଣ କରିଥିଲେ । ଏଥିରେ ୫ଟି ବସ୍ ଏବଂ ୭ଟି ସୈନ୍ୟ ଗାଡି ଥିଲା ।
BLAର ଆତ୍ମଘାତୀ ୟୁନିଟ୍ ମଜିଦ ବ୍ରିଗେଡ୍ ପାକିସ୍ତାନ ସେନାର କନଭଏ ଉପରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଦାବି କରିଛି । ତୁର୍ବତ୍ତ ସହରରୁ ୮ କିମି ଭିତରକୁ ବେହମାନ୍ ଅଞ୍ଚଳରେ ଏହି ଘଟଣା ଘଟିଛି । କରାଚି ଅଭିମୁଖେ ଯାଉଥିବା ପାକିସ୍ତାନ ସେନାର ୧୩ଟି ଗାଡ଼ିକୁ ଟାର୍ଗେଟ କରାଯାଇଥିଲା । ବେଲୁଚିସ୍ତାନ ଲିବରେସନ୍ ଆର୍ମି ଦାବି କରିଛି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now