ପାକିସ୍ତାନୀ ସେନା ଏବେ ଆତଙ୍କବାଦୀଙ୍କ ଭାଷା କହୁଛନ୍ତି। ସେନାର ମୁଖପାତ୍ର ଅହମ୍ମଦ ସରିଫ୍ ଚୌଧୁରୀ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତକୁ ଧମକ ଦେଇଛନ୍ତି। ଚୌଧୁରୀ ଯାହା କହିଛନ୍ତି, ଯାହାକୁ କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଇଦ୍ ଆଗରୁ କହୁଥିଲେ। ଭାରତ ଯଦି ପାଣି ରୋକିବ, ତା ହେଲ ଆମେ ତୁମର ନିଃଶ୍ୱାସ ବନ୍ଦ କରିଦେବୁ ବୋଲି କହିଛନ୍ତି ଅହମ୍ମଦ ସରିଫ୍। ଭାରତ ବିରୁଦ୍ଧରେ ଘୃଣା ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନୀ ସେନାର ପ୍ରବକ୍ତା ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଯେଉଁ ଭାଷା ପ୍ରୟୋଗ କରିଛନ୍ତି, ତାକୁ ବହୁ ପୂର୍ବରୁ କହିଥିଲେ ହାଫିଜ ସଇଦ୍। ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଓ ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍ ହାଫିଜ୍ ସଇଦ୍ ସମାନ ଭାଷାରେ ଭାରତକୁ ଧମକ ଦେଇଥିଲେ। ୨୦୦୮ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର-ଏ-ତୋଏବାର ମୁଖ୍ୟ ହାଫିଜ୍ ସଇଦ୍ ଭାରତ ବିରୁଦ୍ଧରେ ଉତ୍ତେଜନାମୂଳକ ଭାଷଣ ଦେବାର ଇତିହାସ ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now