କନ୍ଧମାଳ: ଯେ କୌଣସି ପରିସ୍ଥିତିରେ କାହାର ଯେପରି ଅନାହାର ମୃତ୍ୟୁ ନ ହେବ କି କେହି ଯେମିତି ଉପବାସ ରହିବେନି ତାକୁ ଦୃଷ୍ଟିରେ ରଖି ସରକାର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଯୋଗାଇ ଦେଉଛନ୍ତି,ହେଲେ ହିତାଧିକାରୀମାନଙ୍କ ଏହି ସୁବିଧା ସବୁକୁ କେଉଁଠି ଯୋଗାଣ ସହାୟକ ଚଂଚକତା କରି ହରି ଲୁଟ କରୁଥିବା ବେଳେ କେଉଁଠି ବିଭାଗର ଅଧିକାରୀ ମାନେ ମଧ୍ୟ ହରି ଲୁଟ ରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଥିବା ବେଳେ କିଛି ପଂଚାୟତ ରେ ଚାଉଳ କାର୍ଡକୁ ବନ୍ଧକ ରଖି ସେମାନଙ୍କ ଚାଉଳ କୁ ଅଭିନ୍ୱ ଉପାୟରେ ଲୁଟୁଥିବା ଦେଖିବାକୁ ମିଳୁଛି । ଏମିତିଏକ ସାଙ୍ଘାତିକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀପଦର ପଂଚାୟତରୁ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜଣେ ହିତାଧିକାରୀଙ୍କୁ ମିଳୁଥିବା ୫ କେଜି ଚାଉଳ ପରିବର୍ତେ ୩ କେଜି ଚାଉଳ କୁଆଡେ ଦିଆ ଯାଉଛି । ଏଥି ସହ ଏହି ପଂଚାୟତ ରେ କାର୍ଯ୍ୟରତ ଯୋଗାଣ ସହାୟକ ଭୋଳାନଥ ପ୍ରଧାନ ଦିର୍ଘ ଦିନ ଧରି ପିଡ଼ିଏସ ଚାଉଳ ହେରଫେର କରି ଆସୁଥିବା ନେଇ ଅଭିଯୋଗ ହେଉଥିବା ବେଳେ କିଛି ବ୍ୟବସାୟୀ ଙ୍କୁ କୁଇଣ୍ଟାଲ କୁଇଂଟାଲ ଚାଉଳ କୁଆଡେ ସୁବିଧା ଦେଖି ବିକ୍ରି କରିଦେଉଥିିବା ଭଳି ସାଂଙ୍ଘାତିକ ଅଭିଯୋଗ କରିଛନ୍ତି ହିତାଧିକାରୀମାନେ । ଅନ୍ୟପଟେ ଯୋଗାଣ ସହାୟକ ଜଣକ ନିଜ ଗାଡିରେ ଚାଉଳ ଚାଲାଣ କରୁଥିବା ଅଭିଯୋଗ ହୋଇଥିବା ବେଳେ କୁଲି ମାନେ ମଧ୍ୟ ଚାଉଳ ଚାଲାଣ କେମିତି କରାଯାଉଛି ତାହା ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଯୋଗାଣ ସହାୟକଙ୍କ ଚାଉଳ ଚାଲାଣ କେଳେଙ୍କେରୀର ଚଂଚକତା ଧରାପଡିଛି । ତେବେ ଏତେ କମ ଚାଉଳ କାହିଁକି ଦିଆ ଯାଉଛି ପଚାରିଲେ ଉପରୁ ଚାଉଳ କମ ଆସୁଛି ବୋଲି ଉତର ଦେଉଛନ୍ତି ସମ୍ପୃକ୍ତ ଯୋଗାଣ ସହାୟକ । ଯାହାକୁ ନେଇ ପଂଚାୟତ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ପ୍ରତି ମାସରେ ଚାଉଳ ହେରଫେର କରୁଥିବା ବେଳେ ହିତାଧିକାରୀ ଙ୍କୁ କମ ଚାଉଳ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ସମ୍ପୃକ୍ତ ଯୋଗାଣ ସହାୟକ ଜଣକ ପ୍ରତି ମାସ ରେ ଆସୁଥିବା ସହ ଶହ ଶହ ଲିଟର କିରୋସିନ କଳା ବଜାର କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଞ୍ଚୁ ନଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ପଞ୍ଚାୟତ ରେ ଚାଉଳ ବାଣ୍ଟିବା ଦାୟିତ୍ୱରେ ଥିବା ଯୋଗାଣ ସହାୟକ କୁ ଅଭିଯୋଗ କଲେ ସେ କୁଆଡେ ସେହି ଲୋକକୁ ହାତ କରି ଅଧିକ କିଛି ଚାଉଳ ଦେଇ ମୁହଁ ବନ୍ଦ କରୁଥିବା ଭଳି ଅଭିଯୋଗ କରିଛନ୍ତି ହିତାଧିକାରୀ ମାନେ । ଅନ୍ୟ ପଟେ ଲୋକେ ଯୋଗାଣ ସହାୟକ କୁ ଅଭିଯୋଗ କରିବାରୁ ସରକାର ୭୧କୁଇଣ୍ଟାଲ ଚାଉଳ କାଟି କରି ଦେଇଥିବା କହୁଛନ୍ତି ଯୋଗାଣ ସହାୟକ । କାହିଁ କି କଟା ଯାଇିଛି କହିଲେ କିଛି ଉତର ରଖୁ ନାହାନ୍ତି । ସରକାରଙ୍କ କ’ଣ ନିର୍ଦ୍ଦେଶ ରହିଛି ଚାଉଳ କାଟିବାକୁ ନେଇ ବାରମ୍ବାର ଲୋକେ ଦାବି କରିବାରୁ ସେ ଏକ ଚିଠି ଦେଖାଉଛନ୍ତି । ଯେଉଁଥିରେ ପଂଚାୟତ ରେ ପୂର୍ବରୁ ୭୧ କୁଇଂଟାଲ ଚାଉଳ ଷ୍ଟକ ଥିବା ଦର୍ଶାଯାଇଛି । ଯଦି ପୂର୍ବର୍ରୁ ଷ୍ଟକ ଥିଲା । ତାହାଲେ ସେ ଚାଉଳ କୁଆଡେ ଗଲା ବୋଲି ଲୋକେ ଦାବି କରିଛନ୍ତି । ପୂର୍ବରୁ ଚାଉଳ ଠିକ୍ ଦିଆ ଯାଉଥିଲା । ଆଜକୁ ୩ ମାସ ହେଲା ଚାଉଳ କାଟିକମ ଦିଆଯାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now