ତାଲା ଭାଙ୍ଗି ପଞ୍ଚାୟତ ଗୋଦାମ ଘରୁ ପିଡ଼ିଏସ ଚାଉଳ ଚୋରି

Spread the love

ପୁଣି ବୋରିଗୁମ୍ମା ବ୍ଲକ ରେ ତାଲା ଭାଙ୍ଗି ପଞ୍ଚାୟତ ଗୋଦାମ ଘରୁ ପିଡ଼ିଏସ ଚାଉଳ ଚୋରି ହୋଇଛି।ବିଳମ୍ବିତ ରାତିରେ ଲୁଟେରା ମାନେ ଚୋରି କରି ଛନ୍ତି । ଏଭଳି ଘଟଣା ଘଟିଛି ବୋରିଗୁମ୍ମା । ବ୍ଲକ ର ବୋଡି ଗାଁ ପଞ୍ଚାୟତ । ଚଳିତ ମାସ ହିତାଧିକାରୀ ବଣ୍ଟନ ନିମନ୍ତେ ୩ ମାସର ଚାଉଳ ପଞ୍ଚାୟତ ଗୋଦାମ ଗୃହ ରେ ଗଛିତ ଥିଲା।ସେଥିରୁ ଦୁଇ ଦିନ ହେଲା ହିତାଧିକାରୀ ଙ୍କୁ ଚାଉଳ ବଣ୍ଟନ କରାଯାଇଛି।ବଳକା ଚାଉଳ ଗୋଦାମ ରେ ରହିଥିବା ବେଳେ ଗତ କାଲି ବିଳମ୍ବିତ ରାତି ରେ ଗୋଦାମ ଗୃହ ର ତାଲା ଭାଙ୍ଗି ଚାଉଳ ବସ୍ତା ଲୁଟି ନେଇଛନ୍ତି ଦୃବୁତ ମାନେ।ଆଜି ସକାଳ ୬ଘଣ୍ଟ ସମୟ ରେ ପ୍ରଥମ କିଛି ବ୍ୟକ୍ତି ଦେଖିଲେ ପଞ୍ଚାୟତ ଯୋଗାଣ ସହାୟକ ଶ୍ରୀଧର ନାୟକ ଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କେରେ ପଞ୍ଚାୟତ ପିଇଓ,ସରପଞ୍ଚ ଏବଂ ଯୋଗାଣ ନିରୀକ୍ଷକ ଙ୍କୁ ଅବଗତ କରାଇଥି ଯୋଗାଣ ସହାୟକ।ଖବର ପାଇ ପଞ୍ଚାୟତ କାର୍ଯ୍ୟାଳୟ ରେ  ପିଇଓ ସରପଞ୍ଚ ଙ୍କ ଉପସ୍ଥିତି ରେ ଯୋଗାଣ ନିରୀକ୍ଷକ ଗୋଦାମ ଗୃହର ଷ୍ଟୋକ କୁ ଯାଞ୍ଚ କରୁଛନ୍ତି।ଗୋଦାମ ଗୃହରେ କିଛି ଚାଉଳ ବସ୍ତା ଗଛିତ ଥିବା ବେଳେ କେତେ ବସ୍ତା ଚାଉଳ ଚୋରି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱଷ୍ଟ ହୋଇପାରିନି।  ଗୋଦାମ ଗୃହର ତାଲା ଭାଙ୍ଗି ଚୋର ମାନେ  ଚାଉଳ ଚୋରି କରିଛନ୍ତି।ବର୍ତମାନ ପର୍ଯ୍ୟନ୍ତ ପୋଲିସ ପହଞ୍ଚି ନାହାନ୍ତି କି ଆଇନ ଗତ ତଦନ୍ତ ଆରମ୍ଭ ହୋଇନି।

Leave a Reply

Your email address will not be published. Required fields are marked *