ପିଙ୍କ୍ ହ୍ୱାଟ୍ସଆପ୍ ଡାଉନଲୋଡ୍ ନକରିବାକୁ ପୋଲିସ୍ ଆଡଭାଇଜରି

Spread the love

ଭୁବନେଶ୍ୱର : ନିଜ ମୋବାଇଲରେ ପିଙ୍କ୍ ହ୍ୱାଟ୍ସଆପ୍ ଡାଉନଲୋଡ୍ ନକରିବାକୁ ପରାମର୍ଶ ଦେଇଛି ଓଡିଶା ପୋଲିସ୍ । ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଓଡିଶା ପୋଲିସ୍ କହିଛି ପିଙ୍କ୍ ହ୍ୱାଟ୍ସଆପ୍ ହେଉଛି ସାଇବର ଲୁଟେରାଙ୍କ ଏକ ନୂଆ କୌଶଳ । ଯଦି ଆପଣଙ୍କ ମୋବାଇଲକୁ ହ୍ୱାଟ୍ସଆପ୍ ଅପ୍ଡେଟ୍ କରିବାକୁ କୌଣସି ଲିଙ୍କ୍ ଆସୁଛି, ତା’ହେଲେ ଭୁଲରେ ବି ସେହି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । କାରଣ ସେଥିରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ଫୋନ୍ ରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *