ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଆଇଆଇସିଙ୍କୁ ପୁଣି ତାଲିମ ନେବାକୁ ନିର୍ଦ୍ଦେଶ

Spread the love

 ଭୁବନେଶ୍ବର: ଆନନ୍ଦ ଟପୋ ହତ୍ୟା ଘଟଣାରେ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ଉପରେ ଆଇନର ପଞ୍ଝା ଶକ୍ତ ହୋଇଛି। ତଦନ୍ତରେ ଅନିୟମିତତା ଅଭିଯୋଗରେ ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କୁ ଜମିକି ଭର୍ତ୍ସନା କରିଛନ୍ତି ହାଇକୋର୍ଟ। ଆଇଆଇସିଙ୍କୁ ବର୍ଷେ ଯାଏଁ ଫିଲ୍ଡ ପୋଷ୍ଟିଂ କରିବାକୁ ବାରଣ କରିଛନ୍ତି କୋର୍ଟ।

ଆନନ୍ଦ  ଟପୋ ହତ୍ୟା ଘଟଣାରେ ଚାର୍ଜ ସିଟରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ନାମ ହଟାଇବାକୁ ନେଇ ବର୍ଷିଛନ୍ତି ହାଇକୋର୍ଟ। ଏହି ମାମଲାରେ ଭୁବନେଶ୍ବର ଡିସିପିଙ୍କ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବା ପରେ ଚାର୍ଜସିଟକୁ ନେଇ ପ୍ରଶ୍ନ କରିଛନ୍ତି କୋର୍ଟ। ଘଟଣାରେ ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ର ଚାର୍ଜସିଟରେ ଲାକ୍ରାଙ୍କ ନାମ ହଟାଇବାକୁ ନେଇ ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିଛନ୍ତି କୋର୍ଟ।

କୋର୍ଟ କହିଛନ୍ତି, ଚାର୍ଜସିଟ କିପରି ଲେଖା ଯାଏ ତାହା ଆଇଆଇସି ମହୋଦୟାଙ୍କୁ ଜଣାନାହିଁ। ତେଣୁ ହାଇକୋର୍ଟ କହିଛନ୍ତି କି,  ଏକ ମାସ ଯାଏଁ  ବିଜୁ ପଟ୍ଟନାୟକ ପୋଲିସ  ଏକାଡେମୀରେ   ଟ୍ରେନିଂ ନେବେ। ଏଥିସହ ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଫିଲ୍ଡ ଡ୍ୟୁଟି ଦେବାକୁ ବାରଣ କରିଛନ୍ତି। ଏହି ମାମଲାରେ ୩ ମାସ ଭିତରେ ଭୁବନେଶ୍ୱର ଡିସିପି ନିଜେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଆନନ୍ଦ ଟପୋ ହତ୍ୟା ମାମଲାରେ ବିରେନ୍ଦ୍ର ଲାକ୍ରାଙ୍କ ନାଁ ଚାର୍ଜ ସିଟରୁ ବାଦ୍ ଦେଇଥିଲେ ଆଇଆଇସି ସମିତା ମିଶ୍ର। ଏହାକୁ ନେଇ ଥାନଧିକାରିଣୀଙ୍କ ବିରୋଧରେ ଆନନ୍ଦଙ୍କ ପରିବାର ପକ୍ଷରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *