କ୍ଷେତରେ ଭଉଣୀଙ୍କ ଝୁଲନ୍ତା ମୃତଦେହ: ପୁଲିସ ଓ ମାର ବୟାନ ଭିନ୍ନ

Spread the love

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରର ଦୁଇ ଭଉଣୀଙ୍କ ଝଲନ୍ତା ମୃତଦେହ ଉଦ୍ଧାର ପରେ ପରିବାର ପକ୍ଷରୁ ଗୋଟିଏ ଅଭିଯୋଗ ଆସୁଥିବା ବେଳେ କିନ୍ତୁ ପୁଲିସକୁ କହୁଛି ଆଉ ଏକ କଥା। ପରିବାର ଅପହରଣ ଓ ହତ୍ୟା ଅଭିଯୋଗ କରୁଥିବା ବେଳେ ପୁଲିସ କହୁଛି, ନିଜ ଇଛାରେ ଯାଇଥିଲେ ଦୁଇ ଭଉଣୀ।

ଲକ୍ଷ୍ମୀପୁର ନିଘାସନ ଥାନା ଅଧୀନ ତମୋଲିନ ଗାଁର ଦୁଇ ଭଉଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ବିଲରେ ଦେଖିବାକୁ ମିଳିଥିଲା। ଏହା ପରେ ପୀଡିତା ପରିବାର ପକ୍ଷରୁ ଥାନାରେ ଅପହରଣ, ବଳାତ୍କାର ଓ ହତ୍ୟା ଅଭିଯୋଗ କରାଯାଇଥିଲା। ଏପର୍ଯ୍ୟନ୍ତ ପୁଲିସ ୬ ଜଣଙ୍କୁ ମଧ୍ୟ ଗିରଫ କରି ସାରିଛି।

ଏକ ଦଳିତ ପରିବାରର ଦୁଇ ନାବାଳିକା ଭଉଣୀ ଜଣଙ୍କର ବୟସ ୧୭ ହୋଇଥିବା ବେଳେ ଜଣଙ୍କର ବୟସ ୧୫। ସେମାନେ ଘର ବାହାରେ ବସିଥିଲେ। ମା ଯେମିତି ଘର ଭିତରକୁ ଯାଇଛନ୍ତି ୩ ଜଣ ଯୁବକ ଆସି ଦୁଇ ଝିଅଙ୍କୁ ଟାଣି ଟାଣି ବାଇକରେ ବସାଇ ଫେରାର ହୋଇଯାଇଥିଲେ ବୋଲି ପୀଡିତାଙ୍କ ମା ଅଭିଯୋଗ କରିଛନ୍ତି।

ସେପଟେ କିନ୍ତୁ ଲକ୍ଷ୍ମୀପୁର ପୁଲିସ କହିଛି, ମୃତକମାନଙ୍କର ଛୋଟୁ ନାମକ ଅଭିଯୁକ୍ତ ସହ ପରିଚୟ ଥିଲା। ସୋହେଲ ଓ ଜୁନେଦ ନାମକ ଅଭିଯୁକ୍ତଙ୍କ ସହାୟତାରେ ଝିଅମାନଙ୍କୁ ବିଲକୁ ନେଇଯାଇଥିଲେ। ତେବେ ସେମାନଙ୍କର ଅପହରଣ ହୋଇ ନ ଥିଲା, ସେମାନେ ଖୁସି ଖୁସି ଯାଇଥିଲେ। ସେଠାରେ ସେମାନଙ୍କୁ ସହ ବଳାତ୍କାର କରାଯିବା ସହ ସେମାନଙ୍କୁ ହତ୍ୟା କରାଯାଇଛି। 

ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ହୋଇଥିବା ବେଳେ ୫ ଜଣ ମୁସଲମାନ। ସମସ୍ତେ ସାଙ୍ଗ। ଛୋଟୁ ମୃତକଙ୍କ ସହ ଏହି ଅଭିଯୁକ୍ତଙ୍କୁ କରାଇଥିଲା।    

Leave a Reply

Your email address will not be published. Required fields are marked *