ସୂଚିସ୍ମିତାଙ୍କ କେଳେଙ୍କାରୀରୁ ପରଦା ଉଠାଉଛି ପୁଲିସ

Spread the love

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସ୍ ଆକାଉଣ୍ଟାଣ୍ଟ ସୂଚିସ୍ମିତା ସୁଆରଙ୍କ କେଳେଙ୍କାରୀର ତନାଘନା ଆରମ୍ଭ କରିଛି ଟାଉନ ଥାନା ପୋଲିସ। ୩୯ ଲକ୍ଷ ହଡପ କରି ଫେରାର ହୋଇଯାଇଛନ୍ତି ଆକାଉଣ୍ଟାଣ୍ଟ ସୂଚିସ୍ମିତା। ସେପ୍ଟେମ୍ବର ମାସରେ ଦରମା ଟଙ୍କା କୁ ହଡପ କରି କୁଆଡେ ଫାରାର ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୨୦ଜଣ ଶିକ୍ଷକଙ୍କ ଦରମା ଦିଆଯାଇ ନାହିଁ।

ତେବେ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଆଜି ଶିକ୍ଷକ ସଙ୍ଘ ପକ୍ଷରୁ ବ୍ଲକ ଶିକ୍ଷ୍ୟାଧିକାରୀଙ୍କ କାର୍ଯ୍ୟଳୟ ଘରେଉ କରାଯାଇଛି। ସୂଚିସ୍ମିତାର ମୋବାଇଲକୁ ଟ୍ରାକିଂ କରି ତଦନ୍ତ ଜାରି ରଖିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଅମ୍ବାପାଲିର ଗଙ୍ଗାଧର ପୁଝାରୀ, ଭବାନୀପାଟଣାର ଗୋପାଳକୃଷ୍ଣ ଦାସ ଓ ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତି ।  

Leave a Reply

Your email address will not be published. Required fields are marked *