ବଲାଙ୍ଗୀର : ଗତକାଲି ବଲାଙ୍ଗୀର ଶାନ୍ତିପଡା ଠାରେ ଥିବା ମହାରାଷ୍ଟ୍ର ଏଟିଏମ୍ ଭାଙ୍ଗି ଲୁଟ୍ କରିବାକୁ ଉଦ୍ୟମ କରୁଥିବାବେଳେ ବଲାଙ୍ଗିର ପୋଲିସ ହତାର ଧରା ପଡିଛି ଏଟିଏମ୍ ଲୁଟେରା । ବଲାଙ୍ଗୀର ପୋଲିସ ପେଟ୍ରୋଲିଂ ଟିମ୍ ଗତ ରାତିରେ ପେଟ୍ରୋଲିଂ କରୁଥିବାବେଳେ ଶାନ୍ତିପଡାର ଏକ ଏଟିଏମ୍କୁ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ କରୁଥିବା ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ଏହି ଯୁବକକୁ କାବୁ କରିଥିଲା ପୋଲିସ । ଏହି ଲୁଟେରାର ନାମ ଏମ୍ଡି ଇରଫାନ୍ ବୋଲି ଜଣାପଡିଛି । ଇରଫାନ୍ କୁ ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now