ଗଞ୍ଜେଇ କ୍ରୟ କରିବାକୁ ଯାଉଥିବା ବେଳେ ପୋଲିସର ଚଢାଉ, ୩ ଗିରଫ

Spread the love

ଜୟପୁର : ଗଞ୍ଜେଇ କ୍ରୟ କରିବାକୁ ଯାଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୩ ଜଣ କୁ ଗିରଫ କରିଛି । ପୋଲିସ ସୂଚନା ଅନୁଯାଇ ଜୟପୁର ସଦର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଆମ୍ବାଗୁଡା ଶୀତଳ ଭଣ୍ଡାର ନିକଟରେ ସନ୍ଦେହରେ ରାଜସ୍ଥାନର ନମ୍ବରଥିବା ମାରୁତି ସୁଜୁକି କାର କୁ ଯାଂଚ କରିଥିଲା । କାରରୁ ୧୫ ହଜାର ୨ ଶହ ଟଙ୍କା ଜବତ କରିଥିଲା । ଉକ୍ତ କାରରେ ୩ ଜଣ ବସିଥିବା ବେଳେ ପୋଲିସ ପଚରା ଉଚୁରା କରିଥିଲା । ସେମାନେ ଧବୁଲୁ ହରିଜନକୁ ଆଗରୁ ୬୦ ହଜାର ଟଙ୍କା ଦେଇଥିବା ବେଳେ ଗଞ୍ଜେଇ କ୍ରୟ କରିବାକୁ ଯାଉଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ । ଏଠାରୁ ଗଞ୍ଜେଇ କ୍ରୟ କରି ବାହାର ରାଜ୍ୟରେ ଅଧିକା ଦରରେ ବିକ୍ରୟ ପାଇଁ ଯୋଜନା କରୁଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ନରେଶ ସାଲଭି (୨୪), କରଣ ସିଂ ରାଣାବତ (୨୮) ଓ ଜୟପୁର ସଦର ଥାନା ଅନ୍ତର୍ଗତ ପୁଷପୁର ଗ୍ରାମର ଧବୁଲୁ ହରିଜନ (୨୭) । ଫଳରେ ପୋଲିସ ମାରୁତି ସୁଜୁକି କାର, ୫ଟି ମୋବାଇଲ ଓ ଟଙ୍କା ଜବତ କରି ଗିରଫ ୩ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *