ଗାଡିରେ ପ୍ରେସ ଷ୍ଟିକର ଲଗାଇ ଚାଳିଛି  ଅବକାରୀ ମାଲ୍ ବିକ୍ରି

Spread the love

ଭୁବନ : ଭୁବନ ଅଞ୍ଚଳରେ ଦିନକୁ ଦିନ ଚୋରା ଅବକାରୀ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ ବିଭାଗକୁ ଚକମା ଦେଖାଇ ଦୁର୍ବୃତ୍ତମାନେ ନିଜ ଗାଡିରେ ନାଲି ଅକ୍ଷରରେ ପ୍ରେସ ଷ୍ଟିକର ଲଗାଇ ନିର୍ଭିଘ୍ନରେ ଚୋରା ମଦ, ଗଞ୍ଜେଇ, ବ୍ରାଉନ ସୁଗାର ଇତ୍ୟାଦି ବ୍ୟବସାୟ କରୁଛନ୍ତି ।

ପ୍ରେସ ଲୋଗୋ ଯୋଗୁଁ ପୋଲିସ ପ୍ରଶାସନ କୋହଳ ମନୋଭାବ ପ୍ରଦର୍ଶନ କରୁଛି । ଖବର ନେବାରୁ ଜଣାଯାଏ ଯେ, ଓଡ଼ି୦୧ ଏ ଏମ ୪୯୪୯ ବିଶିଷ୍ଟ ଏକ ସ୍କର୍ପିଓ ଗାଡ଼ି ଦୀର୍ଘଦିନ ହେଲା ଭୁବନ ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳୁଛି । ଏହି ଗାଡ଼ିଟି ସମ୍ପୂର୍ଣ ଭାବେ ଚୋରା କାରବାରରେ ଲିପ୍ତ ରହୁଛି ବୋଲି ଶୁଣିବାକୁ ମିଳୁଛି । ଭୁବନ ଅଞ୍ଚଳରେ କୌଣସି ସାମ୍ବାଦିକଙ୍କ ର ସ୍କର୍ପିଓ ଗାଡ଼ି ନଥିବା ବେଳେ ଏହି ଗାଡ଼ି ଟି ପ୍ରକୃତରେ କାହାର ପୋଲିସ ତଦନ୍ତ କଲେ ଜଣା ପଡ଼ିବ । ଗାଡି ନମ୍ବର ଅନୁଯାୟୀ ଏହା ବାଲେଶ୍ୱର ଜିଲ୍ଲା ଗାଡ଼ି ଓ ପ୍ରକୃତ ମାଲିକ ହେଉଛନ୍ତି ରଞ୍ଜିତ କୁମାର ପାତ୍ର । ଏହି ବ୍ୟକ୍ତି ଜଣକ କୌଣସି ଖବର କାଗଜ, ଟିଭି କିମ୍ବା ୱେବ୍ ପୋର୍ଟାଲ ସାମ୍ବାଦିକ ନୁହନ୍ତି ବୋଲି ଜଣା ପଡିଛି । ତାହେଲେ ବାଲେଶ୍ୱର ମାଲିକଙ୍କ ଗାଡ଼ି ଢ଼େଙ୍କାନାଳ ଜିଲ୍ଲାରେ କଣ କରୁଛି ? ନା ଏହି ଗାଡ଼ିଟି ବାଲେଶ୍ୱରରୁ ଚୋରି ହୋଇଛି ନା ବାଲେଶ୍ୱରରୁ ରୀତିମତ ବ୍ରାଉନ ସୁଗାର୍ ଏହି ଗାଡିରେ ଚାଲାଣ ହେଉଛି ତାହା ବି ସନ୍ଦେହ ଘେରରେ । ଏ ସମ୍ପର୍କରେ ଢ଼େଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କୁ ଯୋଗାଯୋଗ କରିବାରୁ ସେ ମହାଶୟ ସ୍ଥାନୀୟ ଥାନାରେ ଜଣାଇବାକୁ କହିଥିଲେ । ଭୁବନ ଥାନା ଅଧିକାରୀ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲ ତଥା ଜନ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *