ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଥାନାବାବୁ। ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଥାନାବାବୁ ଅଭିନବ ଡାଳୁଆ। ନିକଟରେ ସେ ଡିଏସପି ଭାବେ ପଦୋନ୍ନତି ପାଇଥିଲେ।
ଢେଙ୍କାନାଳ ସଦର ଥାନା ଅଧିକାରୀ ଅଭିନବ ଡାଳୁଆ ମଙ୍ଗଳବାର ଦିନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ନିକଟରେ ଡାଳୁଆଙ୍କୁ ଡିଏସପି ଭାବେ ପଦୋନ୍ନତି ହୋଇଥିଲା। ସେ ରାଉରକେଲା ପଦୋନ୍ନତି ପରେ ବଦଳି ହୋଇଥାନ୍ତେ। କିନ୍ତୁ ଜଣେ କୋଇଲା ବୋଝେଇ ଗାଡିର ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରେଡ ହ୍ୟାଣ୍ଡେଡ ଧରିଛି ଦୁର୍ନୀତି ନିର୍ବାରଣ ସଂସ୍ଥା।
ଏକ କୋଇଲା ବୋଝେଇ ଟ୍ରକ ଧରା ପଡିଥିଲା। ଟ୍ରକକୁ ଛାଡିବାକୁ ଟ୍ରକ ମାଲିକଙ୍କୁ ଡାଳୁଆ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଡାଳୁଆଙ୍କୁ ଲାଞ୍ଚ ଅର୍ଥ ଟ୍ରକ ମାଲିକ ଦେଉଥିବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ରେଡ ହ୍ୟାଣ୍ଡେଡ ଧରିଛି। ଭିଜିଲାନ୍ସ ଟିମ ତାଙ୍କୁ ଥାନା ଭିତରେ ପଚରାଉଚରା କରୁଛି। ଅଭିନବଙ୍କ କ୍ବାଟର, ଅଫିସ ସହ ୮ଟି ସ୍ଥାନରେ ଚାଲିଛି ଚଢାଉ।
Naxatra News is now on Whatsapp
Join and get latest news update delivered to you via whatsapp
Join Now