କାଠ ପଟା ଚାଲାଣ ବେଳେ ଚଢାଉ

Spread the love

ଜୟପୁର : କାଠ ପଟା ଚାଲାଣ ବେଳେ ଜୟପୁର ବନାଞ୍ଚଳ ତରଫରୁ ତଢାଉ କରାଯାଇଛି । ଏକ ବାଇକରେ ଜୟପୁର ସହରକୁ ଆସୁଥିବା ବେଳେ ଘାଟବାଗ୍ରା ରେ ଚଢାଉ କରିଛି । ବନ ବିଭାଗକୁ ଦେଖି ଚାଲାଣ କାରି ଚମ୍ପଟ ମାରିଥିବା ବେଳେ ବାଇକ ଓ ୨୨ଟି ବିଜା ପଟ୍ଟା ଜବତ କରିଛି । ୨ ଜଣ ଚାଲାଣି କାରି ଚମ୍ପଟ ମାରିଥିବା ଜଣାଯାଇଛି । ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରି ସଚିଦା ନନ୍ଦ ପରିଡା, ଫରେଷ୍ଟର ସୁଶିଳ ମହାନ୍ତି, ବନ୍ଧୁ ଖିଲ ଜୟପୁର ବନାଞ୍ଚଳ ତରଫରୁ ସହର ନିକଟ ଫୁଲବାଡ ଗ୍ରାମରେ ଦୁଇଟି ସ୍ଥାନରେ ତଢାଉ କରିଛି । ଚୋରା କରତ କଳ ଉପରେ ଚଢାଉ କରିଛି । ଗ୍ରାମରେ ଚୋରା କରତ କଳ ଚାଲିଥିବା ବେଳେ ଲକ୍ଷାଧିକ ଟଙ୍କାର କାଠ, ଯନ୍ତ୍ରପାତି, କାଠ କାଟିବା ସରଞ୍ଜାମ, କାଠ ବୋଝେଇ ଡାଲା ଅଟୋ, ମୋଟର, ପଟା, ଶାଳ କାଠ ଓ ବାଇକକୁ ଜବତ କରିଛି । ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ । ଏକ ଘରେ ଏହି ସବୁ ଜିନିଷ ଥିବା ବେଳେ ଏହି ସବୁ ଜିନିଷର ମାଲିକାନା କେହି ନାହଁନ୍ତି । ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରି ସଚିଦା ନନ୍ଦ ପରିଡା, ଫରେଷ୍ଟର ରଞ୍ଜିତା ନାୟକ, ସୁଶିଳ ମହାନ୍ତି, ବନ୍ଧୁ ଖିଲ ସହ ପାରା ଷ୍ଟାପ ଉପସ୍ଥିତଥିଲେ । ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିବା ବନାଞ୍ଚଳ ଅଧିକାରି ସଚିଦା ନନ୍ଦ ପରିଡା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *