ପୁଣି ମାତିଲେ ମନ୍ଦିର ଲୁଟେରା..

ପୁଣି ମାତିଲେ ମନ୍ଦିର ଲୁଟେରା। ବିଳମ୍ବିତ ରାତିରେ ବୌଦ୍ଧ ଥାନା ଅନ୍ତର୍ଗତ ରାମେଶ୍ୱର ମନ୍ଦିରର ତାଲା ଭାଙ୍ଗି ଦାନ ବାକ୍ସ ଓ ତମ୍ବା ନାଗ ଚୋରି କଲେ ଦୁର୍ବୁତ୍ତ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ୨ ମାସ ତଳେ ସିରିଜ ଭାବେ ୩ ଟି ମନ୍ଦିରରୁ ଚୋରି କରିଥିଲେ ଦୁର୍ବୁତ୍ତ । ପୂର୍ବ ଚୋରି ଧରିବାରେ ବିଫଳ ପରେ ପୁଣି ମାତିଛନ୍ତି ମନ୍ଦିର ଲୁଟେରା। ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ବୌଦ୍ଧ ସହରର ମଧ୍ୟ ଭାଗରେ ରହିଥିବା ସର୍ବପୁରାତନ ରାମେଶ୍ୱର ମନ୍ଦିରରୁ ଚୋରି ହୋଇଛି। ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ମନ୍ଦିରର ତାଲା ଭାଙ୍ଗି ମନ୍ଦିର ରୁ ହୁଣ୍ଡି ଓ ତମ୍ବା ନାଗ ଚୋରି କରି ନେଇଯାଇଛନ୍ତି। ସକାଳୁ ପୂଜକ ଆସି ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ସୂଚନା ଥାଉକି ପୂର୍ବରୁ ହନୁମାନ ମନ୍ଦିର, ଭୈରବୀ ମନ୍ଦିର, ଚନ୍ଦ୍ରଚୁଡ ମନ୍ଦିର ସମେତ ଅନେକ ସିରିଜ ଚୋରି ହୋଇଥିଲା । କିନ୍ତୁ କୌଣସି ଲୁଟେରା ର ଟେର ପାଇନଥିଲା ପୋଲିସ । ଏବେ ପୁଣି କିଛି ଦିନର ବ୍ୟବଧାନ ରେ ମନ୍ଦିର ରୁ ଆରମ୍ଭ ହୋଇଛି ଚୋରି । ତେବେ ଏଥର ଚୋର କୁ ଧରିବାରେ ସଫଳ ହେବତ ପୋଲିସ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *