୬ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତକୁ ପୁଲିସ କଲା ଏନକାଉଣ୍ଟର। ବୁଲନ୍ଦସହର ଜିଲ୍ଲାର ସିକନ୍ଦରାବାଦ ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ପୁଲିସ ଓ ଅପରାଧୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣା ପୁରା ଏରିଆରେ ଆକ୍ରୋଶ ସୃଷ୍ଟି କରିଛି। ଦୋଷୀଙ୍କୁ କଡ଼ା ସଜ୍ଜା ଦେବାକୁ ଦାବି ତେଜିଛି। ଦୁଇ ଅଭିଯୁକ୍ତ ନାବାଳିକାକୁ ଫୁସଲାଇ ନିଜ ସାଙ୍ଗରେ ନେଇଯାଇଥିଲେ। ତା ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଛାତରୁ ଫିଙ୍ଗିଦେଇଥିଲେ। ଅଭିଯୁକ୍ତଙ୍କ ନାଁ ରାଜୁ ଓ ବୀରୁ। ଏ ଦୁହେଁ ଗାଁରେ ଏକ ଭଡ଼ା ଘରେ ରହୁଥିଲେ। ଏନକାଉଣ୍ଟର ପରେ ହସ୍ପିଟାଲରେ ଦୁଇ ଅଭିଯୁକ୍ତଙ୍କ ଚିକିତ୍ସା ଜାରି ରହିଛି। ଅଭିଯୁକ୍ତଙ୍କୁ ଜେରା ଚାଲିଛି। ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ। ଏସପି କହିଛନ୍ତି, ଅତି ଶୀଘ୍ର ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now