ରଞ୍ଜିତ ଅପହରଣ ଓ ମର୍ଡର ମାମଲା- ୫ ଅଭିଯୁକ୍ତଙ୍କୁ ଆଜୀବନ, ୨ ଖଲାସ

ପେରୁର ନିବାସୀ ରଞ୍ଜିତ ଜନସନ ହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ ଅଦାଲତ। ଅଗଷ୍ଟ ୫, ୨୦୧୮ରେ ରଞ୍ଜିତକୁ ଅପହରଣ କରି ହତ୍ୟା କରାଯାଇଥିଲା। ଅଦାଲତ ସମସ୍ତ ଦୋଷୀଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଜାମିନ କି ପାରୋଲ ନ ଦେବାକୁ ନିର୍ଦେଶ ଦେଇଛନ୍ତି। ସମସ୍ତଙ୍କ ଉପରେ ୨ଲକ୍ଷ ଟଙ୍କା ଲେଖାଏଁ ଜରିମାନା ବି ଲଗାଇଛନ୍ତି। ତେବେ ୫ଜଣଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିବା ସହ ୨ ଜଣଙ୍କୁ ଖଲାସ କରିଛନ୍ତି କେରଳ ହାଇକୋର୍ଟ। ଟେଷ୍ଟ ଆଇଡେଣ୍ଟିଫିକେସନ ପ୍ୟାରେଡର ଦରକାର ନଥିଲା। କାରଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ସାକ୍ଷୀଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା। ଅବଶ୍ୟ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ୨ଜଣଙ୍କୁ ଖଲାସ କରିଛନ୍ତି କୋର୍ଟ। ଜଷ୍ଟିସ ଡକ୍ଟର ଏ.କେ. ଜୟଶଙ୍କରନ ନାମ୍ୱିଆର ଓ ଜଷ୍ଟିସ ଜୋବିନ୍ ସେବାସ୍ତିଆନଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ପ୍ରଥମ ଅଭିଯୁକ୍ତ ମନୋଜର ସାଙ୍ଗ ଥିଲା ରଞ୍ଜିତ। ତେବେ ଶତୃତା ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ମନୋଜର ପୂର୍ବତନ ପତ୍ନୀ ମନୋଜକୁ ଛାଡ଼ି ପିଲାଙ୍କ ସହ ଯାଇ ରଞ୍ଜିତ ସହ ରହିବାକୁ ଲାଗିଲା। ସେଥିଲାଗି ରଞ୍ଜିତକୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ମନୋଜ ମର୍ଡର ପ୍ଲାନ୍ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ପୋଷା ପକ୍ଷୀ କିଣିବା ବାହାନାରେ ରଞ୍ଜିତ ଘରକୁ ଯାଇ ତାକୁ ମଦ ଦେଇଥିଲେ। ଆଉ ଘର ଆଗରେ ଥିବା କାରରେ ବସାଇ ଅପହରଣ କରିନେଇଥିଲେ। ଆଉ ମର୍ଡର କରି ତାମିଲନାଡ଼ୁରେ ଶବକୁ ପୋତିଦେଇଥିଲେ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *