ଠକେଇ ଅଭିଯୋଗରେ ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ

Spread the love

ଖୋର୍ଦ୍ଧା : ବାଣପୁର ଥାନା ଅଂଚଳର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠକେଇ କରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ପୋଲିସ ଗିରଫ କରିଛି । ଗିରଫ ସେନା କର୍ମଚାରୀ ଜଣକ ହେଲେ ଭୀମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ ।

ଅଭିଯୋଗ ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ପୁରୁଷୋତମପୁର ଥାନା ଅଂଚଳର ରାଜେଶ କୁମାର ମୁନି (୪୧) ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସର୍ବଭାରତୀୟ ବନ୍ଧୁକ ଲାଇସେନ୍ସ କରାଇଦେବା ଓ ମୁମ୍ବାଇରେ ଚାକିରୀ କରାଇଦେବା ନେଇ ଗତବର୍ଷ ୨୨ ସେପ୍େଟମ୍ବରରେ ଅନଲାଇନ ମାଧ୍ୟମରେ ୬୫ ହଜାର ସମେତ ନଗଦ ୨ ହଜାର ଏପରିକି ମୋଟ ୬୭ ହଜାର ଟଙ୍କା ଠକି ନେଇଥିଲେ । ରାଜେଶଙ୍କ କୌଣସି କାମ ନହେବାରୁ ସେ ପୂର୍ଣ୍ଣଙ୍କୁ ଟଙ୍କା ଫେରାଇଦେବା ପାଇଁ କହିଥିଲେ । ହେଲେ ପୂର୍ଣ୍ଣ ମାସ ମାସ ଧରି ରାଜେଶକୁ ଟଙ୍କା ଫେରାଇ ନଥିଲେ । ଏପରିକି ପୂର୍ଣ୍ଣ ଟଙ୍କା ନଫେରାଇ ଓଲଟା ରାଜେଶଙ୍କୁ ଧମକଚମକ ଦେଉଥିଲେ । ଏନେଇ ଗତ ଜାନୁଆରୀ ୮ରେ ପୁରୁଷୋତ୍ତମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିତି କରି ପୋଲିସ କେସ ନମ୍ବର ୧୫/୨୩, ଆଇପିସି ଧାରା ୪୨୦, ୫୦୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ।

ତେବେ ପୋଲିସ ସହ ପୂର୍ଣ୍ଣ ପୂର୍ବରୁ ଲୁଚକାଳି ଖେଳିଆସୁଥିଲା । ହେଲେ ଗତକାଲି ପୁରୁଷୋତମପୁର ପୋଲିସ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।

Leave a Reply

Your email address will not be published. Required fields are marked *