ବିଜେପି କର୍ମୀଙ୍କୁ ମର୍ଡର- ତୁରନ୍ତ ସରେଣ୍ଡର ଲାଗି କଂଗ୍ରେସ ବିଧାୟକଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ବିଜେପି କର୍ମୀଙ୍କ ହତ୍ୟାକାଣ୍ଡ ମାମଲାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକଙ୍କୁ ସରେଣ୍ଡର ଲାଗି ସମୟ ଦେଲେନି ସୁପ୍ରିମକୋର୍ଟ। ସରେଣ୍ଡର ଲାଗି ଅଧିକ ସମୟ ମାଗିଥିଲେ କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣି। ହେଲେ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଗଲା ସପ୍ତାହରେ ବି କୁଲକର୍ଣ୍ଣିଙ୍କ ଜାମିନକୁ ଖାରଜ କରିଥିଲେ ଅଦାଲତ। ସାକ୍ଷ୍ୟପ୍ରମାଣକୁ ନଷ୍ଟ, ପ୍ରଭାବିତ କରିବା ଆଶଙ୍କା ଥିବାରୁ ସପ୍ତାହକ ଭିତରେ ସରେଣ୍ଡର କରିବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ବିଧାୟକ କୋର୍ଟରେ କହିଥିଲେ ଯେ, ସେ ଆତ୍ମସମର୍ପଣ ଲାଗି ସମୟ ଚାହୁଁଛନ୍ତି। କାରଣ ସେ ସିଟିଂ ବିଧାୟକ। ଏହା ସହ କର୍ଣ୍ଣାଟକ ଜଳଯୋଗାଣ ବୋର୍ଡର ସେ ଅଧ୍ୟକ୍ଷ ବି। ଚଳିତ ସପ୍ତାହରେ ଅନେକ ମିଟିଂରେ ବି ସାମିଲ୍ ହେବାର ଅଛି। ଜୁନ୍ ୬ରେ ଜଷ୍ଟିସ ସଞ୍ଜୟ କାରୋଲ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ବିଧାୟକଙ୍କ ଜାମିନ୍ ଖାରଜ କରିଥିଲେ। କାରଣ କୋର୍ଟ ଦେଖିଥିଲେ ଯେ, ଜାମିନ ପାଇଁ ଟ୍ରାଏଲ କୋର୍ଟ ଦେଇଥିବା ସର୍ତ୍ତାବଳୀକୁ ଉଲ୍ଲଂଘନ କରୁଛନ୍ତି ବିଧାୟକ। ଆଉ ପର୍ଯ୍ୟାପ୍ତ ପ୍ରମାଣ ଅଛି ଯେ, ସାକ୍ଷୀଙ୍କୁ ଯୋଗାଯୋଗ ସହ ସାକ୍ଷୀଙ୍କୁ ପ୍ରଭାବିତ କରୁଛନ୍ତି ବିଧାୟକ। ହେବାଳି ନିର୍ବାଚନମଣ୍ଡଳୀର ବିଜେପିର ଜିଲ୍ଲା ପଞ୍ଚାୟତ ମେମ୍ୱର ଯୋଗେଶ ଗୌଡ଼ାଙ୍କୁ ଜୁନ୍ ୫, ୨୦୧୬ରେ ହତ୍ୟା କରାଯାଇଥିଲା। ଏଥିରେ ୬ଜଣ ଅଭିଯୁକ୍ତ ଥିଲେ। ସିବିଆଇ ଏ ଘଟଣାର ତଦନ୍ତ ଭାର ସେପ୍ଟେମ୍ୱର ୨୪, ୨୦୧୯ରେ ନେଇଥିଲା। ଆଉ ୮ ଅଭିଯୁକ୍ତଙ୍କୁ ଗିରଫ କରି ଚାର୍ଜସିଟ ଫାଇଲ କରିଥିଲା। ବିନୟ କୁଲକର୍ଣ୍ଣିଙ୍କ ଜାମିନ୍ ଆବେଦନ ଦୁଇଥର ଖାରଜ ହେତୁ ସେ ଜେଲରେ ବି ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *