ସାମ୍ୱାଦିକ ପଛରେ କାହିଁକି ପଡ଼ିଛି ପୁଲିସ?

ୟୁଟ୍ୟୁବର ତଥା ସାମ୍ୱାଦିକ ସାବୁକୁ ଶଙ୍କରଙ୍କୁ ମାଡ୍ରାସ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି। ଶଙ୍କରଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ। ଏହା ସହ କୋର୍ଟ କହିଛନ୍ତି, ଆଇନକୁ କେବେ ବି ନିର୍ଦିଷ୍ଟ ବ୍ୟକ୍ତିକୁ ଟାର୍ଗେଟ କରିବାରେ ଲଗାଇବା କଥା ନୁହେଁ। ଜଣେ ଫିଲ୍ଣ ପ୍ରଡ୍ୟୁସରଙ୍କୁ ଆକ୍ରମଣ ଓ ଦାଦାବଟି ମାଗିବା ମାମଲାରେ ଡିସେମ୍ୱର ୧୩ରେ ଗିରଫ ହୋଇଥିଲେ ଶଙ୍କର। ଜଷ୍ଟିସ ଏସଏମ ସୁବ୍ରମଣ୍ୟମ, ଜଷ୍ଟିସ ପି ଧନାବଳଙ୍କ ଖଣ୍ଡପୀଠ କହିଛନ୍ତି, ଶଙ୍କରର ଗମ୍ଭୀର ସ୍ୱାସ୍ଥ୍ୟସମସ୍ୟା ଅଛି। ତାଙ୍କୁ ଚିକିତ୍ସାର ଆବଶ୍ୟକତା ଅଛି। ଏହା ସହ କୋର୍ଟ ହୃଦବୋଧ କରିଛନ୍ତି ଯେ, ତାଙ୍କର ବ୍ୟକ୍ତିଗତ ସ୍ୱାଧୀନତାକୁ ନିୟନ୍ତ୍ରଣ କରି ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ସେଥିଲାଗି ଶଙ୍କରଙ୍କୁ ଡିସେମ୍ୱର ୨୬ରୁ ମାର୍ଚ୍ଚ ୨୫, ୨୦୨୬ ଯାଏ ଅନ୍ତରୀଣ ଜାମିନ ଦେଇଛନ୍ତି କୋର୍ଟ। ତେବେ ମାର୍ଚ୍ଚ ୨୫ରେ ବା ତା ପୂର୍ବରୁ ଶଙ୍କରଙ୍କୁ ସରେଣ୍ଡର କରିବାକୁ ତାଙ୍କ ପୁଅକୁ ନିର୍ଦେଶ ଦେଇଛନ୍ତି ଅଦାଲତ। କୋର୍ଟ ଜାମିନ ଦେବା ବେଳେ ରାଜ୍ୟ ପୁଲିସକୁ ବି ସମାଲୋଚନା କରିଛନ୍ତି। ଜଣେ ସାମ୍ୱାଦିକ ପଛରେ କାହିଁକି ପଡ଼ିଛି ପୁଲିସ। ଭଦ୍ରତା ଗଣତାନ୍ତ୍ରିକ ଅଧିକାର ଅଟେ।  ଶଙ୍କରଙ୍କ ମାଆ କମଳା ପିଟିସନରେ ଉଲ୍ଲେଖ କରିଥିଲେ ଯେ, ଶଙ୍କରଙ୍କୁ ଡିସେମ୍ୱର ୧୩ରେ ଗିରଫ କରାଯାଇଥିଲା। ୧୨ ତାରିଖରେ ଶଙ୍କରଙ୍କ ମିଡିଆ କମ୍ପାନୀର ଜଣେ ସହକର୍ମୀଙ୍କ ଗୁଗୁଲ ପେକୁ ଅଜଣା ବ୍ୟକ୍ତିଙ୍କଠୁ ୯୪ହଜାର ଟଙ୍କା ଆସିଥିଲା। ଯେତେବେଳେ ସଂପୃକ୍ତ ବ୍ୟକ୍ତି ଏଭଳି ଅବୈଧ ଟଙ୍କାକୁ ନେଇ ମାମଲା ରୁଜୁ କରିବାକୁ ପ୍ରସ୍ତୁତ ହେଉଥିଲେ। ସେତେବେଳେ ପୁଲିସ ଶଙ୍କରଙ୍କ ଘରକୁ ଆସି ତାଙ୍କୁ ଉଠାଇ ନେଇଥିଲା। ଏଭଳି ଟଙ୍କା ଟ୍ରାନ୍ସଫର କେବଳ ଶଙ୍କରଙ୍କୁ ଟ୍ରାପ୍ କରି ମିଛ ମାମଲାରେ ଫସାଇବାକୁ ଉଦ୍ଦିଷ୍ଟ ଥିଲା। ଶଙ୍କରଙ୍କ ଉପରେ ଲାଗିଥିବା ଗୁଣ୍ଡା ଆକ୍ଟକୁ ରଦ୍ଦ କରିବାକୁ ଗଲା ବର୍ଷ ମେ ମାସରେ ନିର୍ଦେଶ ଦେଇଥିଲେ ଅଦାଲତ। ମହିଳା କନେଷ୍ଟବଳଙ୍କୁ ବଦନାମ ଓ ସରକାରଙ୍କ ବିରୁଦ୍ଧରେ ଅପମାନଜନକ ଟିପ୍ପଣୀ କରିବା ଆରୋପରେ ୟୁଟ୍ୟୁବର ଶଙ୍କରଙ୍କ ନାଁରେ ତାମିଲନାଡ଼ୁରେ ୧୭ ମାମଲା ରୁଜୁ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *