ସରକାରୀ ବସ ଉପରକୁ ଗୁଳି ମାଡ଼

Spread the love

ଜୟପୁର : ସରକାରୀ ବସ ଉପରକୁ ଗୁଳି ମାଡ଼ । କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଛି ଘଟଣା । ବାଲିମେଳା ଠାରୁ ବ୍ରହ୍ମପୁର ଯାଉଥିଲା ସରକାରୀ ବସ୍ । କାହିଁକି ଓ କିଏ ଗୁଳି କଲା ବସ ଉପରକୁ ତାହା ଜଣାପଡିନି । ଥାନା ରେ ରହିଛି ବସ୍ ଟି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି

ବୈପାରୀଗୁଡା ଥାନା ନିକଟରେ ଚଳନ୍ତା ବସରେ ଗୁଳି ଫୁଟିବା ଘଟଣାକୁ ନେଇ ଘଟଣା ସ୍ଥଳରେ ପହଂଚିଲେ କୋରାପୁଟ ସ୍ଥିତ ସାଇଂଟିଫିକ ଟିମ ଏବଂ ବୋମସ୍ୱାର୍ଡ ଗୁରୁବାର ରାତିରେ ବୈପାରୀଗୁଡା ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ଘଟଣା ଘଟିଥିବା ବେଳେ ଆଜି ତନାଘନା ଆରମ୍ଭ ଚାଲିଛି । ଘଟଣା ସ୍ଥଳରେ କୋରାପୁଟ ଏସପି ଅଭିନବ ଶଙ୍କର ଏବଂ ଜୟପୁର ଏସଡିପିଓ ହରିଶ ବିସି ପହଂଚି ବସ ଷ୍ଟାଫ ଏବଂ ଯାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି କ୍ଷ ଚିତ୍ରକୋଣ୍ଡା ଠାରୁ ବ୍ରହ୍ମପୁର ଯାଇଥିବା ଓଏସଆରଟିସି ଚାଳନ୍ତା ବସରେ ଗୁଳି ଫୁଟିଥିବା ବେଳେ ସୌଭାଗ୍ୟବସତ କୌଣସି ଯାତ୍ରୀଙ୍କୁ ଗୁଳି ବାଜି ନାହିଁ । ବସ୍ ର ଝରକା ଗ୍ଲାସରେ ଗୁଳି ବାଜିଥିବା ଚିହ୍ନ ରହିଛି କିନ୍ତୁ ଗୁଳି କିଏ ଫୁଟାଇଛି ଏବଂ ଗୁଳି କାହିଁକି ଫୁଟିଛି ତାହା ଏବେ ବି ସ୍ୱଷ୍ଟ ହୋଇନି । ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ବୈପାରୀଗୁଡାରେ ରାତି ତମାମ ଅଟକ ରଖଯାଇଥିବା ବେଳେ ସାଇଂଟିଫିକ ଟିମ ଏବଂ ବୋମସ୍କ୍ୱାର୍ଡର ତନାଘନା ପରେ ସ୍ୱଷ୍ଟ ହେବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *