ଏସଆଇ ଆତ୍ମହତ୍ୟା ଘଟଣା: ଆଇଆଇସିଙ୍କୁ ଅନ୍ୟତ୍ର ବଦଳି

Spread the love

ଜି ଉଦୟଗିରି: ଜି ଉଦୟଗିରି ଏସଆଇ ସ୍ଵାଗତିକା ବେହେରା ମୃତ୍ୟୁ ଘଟଣାରେ  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର- ପୁରୀ ରାସ୍ତାରେ ଶବ ରଖି ପରିବାର ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଵାଗତିକା ଦୀର୍ଘ ତିନି ବର୍ଷ ହେଲା ଏସଆଇ ଭାବେ ଜି ଉଦୟଗିରି ଥାନାରେ କାର୍ଯ୍ୟ କରୁଥିଲେ। ସେଠାରେ ଥିବା iic ରେବତୀ ସାବତ ତାଙ୍କୁ ବାରମ୍ବାର ହଇରାଣ କରୁଥିବା ନେଇ ପରିବାରଲୋକଙ୍କୁ ସେ ଜଣାଇଥିଲେ। ତାଙ୍କ ମୃତ୍ୟୁ ପାଇଁ ଆଇଆଇସି ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ କରିବା ସହ ମୃତଦେହ ରଖି ନିରାକାରପୁର ରାସ୍ତା ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ରାସ୍ତାରେ ଯାନବାହାନ ଚଳାଚଳ ଠପ ହୋଇଯାଇଥିଲା।

ସେପଟେ ପ୍ରଶାସନ ପକ୍ଷରୁ ପରିବାରର ଜଣକୁ ଚାକିରି ଦେବା ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧରୁ ହଟିଥିଲେ ପରିବାରଲୋକେ। ଅନ୍ୟପଟେ ଏହି ଘଟଣାରେ ଆଇଆଇସିଙ୍କୁ ଅନ୍ୟତ୍ର ବଦଳି କରିଛି ପ୍ରଶାସନ। ଜିଲ୍ଲା ପୁଲିସ ହେଡ କ୍ବାଟରରୁ ତାଙ୍କୁ ବଦଳି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏସପି। ତାଙ୍କ ସ୍ଥାନରେ ଟିକାବାଲି ଆଇଆଇସିଙ୍କୁ ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *