ପୁଅ ଗୁଳିରେ ବାପାଙ୍କ ମୃତ୍ୟୁ

Spread the love

ଉଦଳା: ଉଦଳା ଥାନା ଅଧୀନ କାଶିକୁଣ୍ଡଳା ଗ୍ରାମରେ ଅଭାବନୀୟ ଘଟଣା। ବାପାଙ୍କୁ ଗୁଳି କରି ହତ୍ୟା କଲା ପୁଅ।  ଗତ ବିଳମ୍ବିତ ରାତିରେ ଶିକାରୀ ବନ୍ଧୁକରେ ଗୁଳିକରି ପୁଅ ତାର ବାପାଙ୍କୁ ହତ୍ୟା କରିଛି। ଏନେଇ ସୂଚନା ଦେଇଛନ୍ତି  ଉଦଳା ଏସଡିପିଓ।

ସୂଚନା ଅନୁସାରେ, କାଶିକୁଣ୍ଡଳା ଗ୍ରାମରେ ରହୁଥିବା କୈଳାସ ନାଏକ ଓ ତାଙ୍କ ପୁଅ ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ, ପାଟିତୁଣ୍ଡ ହେଉଥିଲା। ଗତକାଲି ରାତିରେ ମଧ୍ୟ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପୁଅ ବାପା କୈଳାଶଙ୍କୁ ଶିକାରୀ ବନ୍ଧୁକରେ ଗୁଳି କରି ଦେଇଥିଲା। ଏଥିରେ କୈଳାଶଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରିଛି। ତେବେ ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ହତ୍ୟାକାରୀ ପୁଅ। ପୁଲିସ ହତ୍ୟାକାରୀକୁ ଖୋଜିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Leave a Reply

Your email address will not be published. Required fields are marked *