ବର୍ବରତାର ସୀମା ପାର କଲା ଚଣ୍ଡାଳ ପୁଅ

Spread the love

 () ଟଙ୍କାକୁ ନେଇ ବଚସା ଓ ପରେ ହତ୍ୟା ତାହା ପୁଣି ନିଜ ଜନ୍ମକଲା ବାପାଙ୍କର । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା  ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳରେ । ଘଟଣା ସମ୍ପର୍କରେ ଅଭିଯୁକ୍ତର ସାନ ଭାଇ ପୋଲିସକୁ ଜଣାଇଥିଲେ । ପୁଅ ସାମାନ୍ୟ ଟଙ୍କା ପାଇଁ ବାପାଙ୍କୁ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରିବା ପରେ ଏକ ସୁଟକେସରେ ପୁରାଇ ରାସ୍ତା କଡରେ ଫିଙ୍ଗି ଦେଇଥିଲା ।

ପୋଲିସ ସୂଚନା ଅନୁଯାୟୀ, ଶନିବାର ରାତି 9.00 ସମୟରେ ମଧୁର ମୁରଲି ଗୁପ୍ତା ଓ ତାଙ୍କ ବଡପୁଅ ପ୍ରିନ୍ସ୍ ଗୁପ୍ତାଙ୍କ ଭିତରେ ଟଙ୍କା ପଇସାକୁ ନେଇ ବଚସା ହୋଇଥିଲା । ପ୍ରିନ୍ସ୍ ବାପାଙ୍କୁ ଟଙ୍କା ମାଗିବାରୁ ବାପା ମୁରଲି ଟଙ୍କା ଦେବାକୁ ମନା କରିଦେଇଥିଲେ । ଏଥିରେ ପ୍ରିନ୍ସ ରାଗିଯାଇ ଏକ ଧାରୁଆ ଅସ୍ତ୍ରରେ ବାପା ଗଳାକୁ କାଟିଦେଇଥିଲେ । ପରେ ତାଙ୍କ ମୃତ୍ ଶରୀରରୁ  ମୁଣ୍ଡ ଆଲଗା କରି ଏକ ସୁଟକେଶରେ ପ୍ୟାକ କରି ସ୍କୁଟିରେ ବାହାରକୁ ନେଇଯାଇ ଫୋପାଡି ଦେଇଥିଲା ।

ଏସବୁ ଘଟଣାର ମୁକସାକ୍ଷୀ ଅଭିଯୁକ୍ତଙ୍କ ସାନ ଭାଇ ପ୍ରଶାନ୍ତ ଗୁପ୍ତା ଥିଲେ । ସେ ଉକ୍ତ ଘଟଣାରେ ଡରିଯାଇ ପୋଲସକୁ ସବୁକିଛି କହିଥିଲେ । ଅଭିଯୁକ୍ତ ଜଣକ ଘରକୁ ଫେରିବା ପରେ ପୋଲିସ ତାକୁ ଗିରଫ କରିନେଇଥିଲା । ଅଭିଯୁକ୍ତ ଜଣକ ପୋଲିସ ଆଗରେ ନିଜର ଦୋଷ ମାନିନେଇ କହିଥିଲା କି, ଯଦି ତାଙ୍କ ବାପା ଟଙ୍କା ଦେଇ ଦେଇ ଥାନ୍ତେ ତେବେ ସେ ଏମିତି ଘଟଣା ଘଟାଇନଥାନ୍ତା ।

ତେବେ ପୋଲିସ ଅଭିଯୁକ୍ତ ସହ ଯାଇ ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି ଏବଂ ଥାନାରେ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *