ମାଆକୁ ହତ୍ୟା କରି ଶବକୁ ସେଫ୍ଟି ଟ୍ୟାଙ୍କିରେ ଫିଙ୍ଗିଲା ପୁଅ, ଅଭିଯୁକ୍ତ ପୁଅକୁ ଗିରଫ କଲା ପୁଲିସ୍

Spread the love

ଆଲିପୁରଦାର : ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ପଶ୍ଚିମବଙ୍ଗ ଆଲିପୁରଦାର ଜିଲ୍ଲାର ଫାଲକାଟା ୱାର୍ଡ ନମ୍ବର -13 ର ମିଲ ରୋଡ ଅଞ୍ଚଳରେ । ଜଣେ ମଧ୍ୟବୟସ୍କ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶନିବାର ଦିନ ପୋଲିସ ଅଭିଯୁକ୍ତଙ୍କ ପୁଅ ବପ୍ପା ଚାଟାର୍ଜୀଙ୍କୁ ଗିରଫ କରିଛି । ହତ୍ୟାକାରି ନିଜ ମା’ଙ୍କୁ ହତ୍ୟା କରି ଶବକୁ ସେଫ୍ଟି ଟ୍ୟାଙ୍କିରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ମୃତକଙ୍କ ମାୟା ଚାଟାର୍ଜୀ (65) ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ କଳହ ଯୋଗୁଁ ବପ୍ପା ଚାଟାର୍ଜୀ ମା’ଙ୍କୁ ହତ୍ୟା କରି ଶବକୁ ସେଫ୍ଟି ଟ୍ୟାଙ୍କିରେ ଫିଙ୍ଗି ଦେଇଥିଲ। । ଶନିବାର ମାୟା ଚାଟାର୍ଜୀଙ୍କ ମୃତଦେହକୁ ଘରର ସେଫ୍ଟି ଟ୍ୟାଙ୍କିରୁ ଉଦ୍ଧାର କରାଯାଇଛି ।

ଏହି ଘଟଣାରେ ୱାର୍ଡ କାଉନସିଲର ମନୋଜ ସାହା କହିଛନ୍ତି ଯେ ବହୁ ଦିନ ହେବ ପୁଅର ଜମି ସମ୍ପତ୍ତି ସମ୍ପର୍କରେ ମାଆଙ୍କ ସହ ପାରିବାରିକ କଳହ ଲାଗି ରହିଥିଲା। ଏହି କାରଣରୁ ବପ୍ପା ଚାଟାର୍ଜୀ ମା’କୁ ହତ୍ୟା କରି ମୃତଦେହକୁ ଶୌଚାଳୟର ସେଫ୍ଟି ଟ୍ୟାଙ୍କିରେ ଫିଙ୍ଗି ଦେଇଥିଲ।  । ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଜଘନ୍ୟ ଅପରାଧ। ଅଭିଯୁକ୍ତ ବପ୍ପା ଚାଟାର୍ଜୀଙ୍କୁ କଠୋର ଦଣ୍ଡ ମିଳିବ ।

Leave a Reply

Your email address will not be published. Required fields are marked *