ଚୋରି ସୁନା ରୂପା ଅଳଙ୍କାର ଓ ଟଙ୍କା ଉଦ୍ଧାର : ୨ ଗିରଫ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବଡଦାଣ୍ଡ ସାହିର ବାବୁଲା ନାୟକଙ୍କ ଘରୁ ଗତ କିଛି ଦିନ ତଳେ ସୁନା ରୂପା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିଲା । ଏନେଇ ଶେରଗଡ଼ ଥାନାରେ ଏକ ମାମଲା ରୁଜ୍ଜୁ ହେବା ସହ ଘଟଣାର ତଦନ୍ତ ଜାରୀ ରହିଥିଲା । ଆଜି ଦୁଇ ଜଣ ଅଭିଯୁକ୍ତ ଧବଳପୁର ଗ୍ରାମର ରମେଶ ପାତ୍ର ଏବଂ ଶୋଭାଚନ୍ଦ୍ରପୁର ଗ୍ରାମର ଆନନ୍ଦ ଟପାକୁଲୁକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ସେହିପରି ଉଭୟଙ୍କ ଠାରୁ ଜବତ ହୋଇଥିବା ନଗଦ ୩୦୦୦ ଟଙ୍କା ସମେତ ସୁନାରୂପା ଜବତ କରାଯାଇ ବାବୁଲା ନାୟକଙ୍କୁ ହସ୍ତାନ୍ତର କରାଯାଇଥିବା ଏସଆଇ ସତ୍ୟଜିତ ବେଣିଆ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *