ଚିକିତ୍ସା ପାଇଁ ତାନ୍ତ୍ରିକ ପାଖକୁ ଯାଇଥିଲେ…

Spread the love

ଲକ୍ଷ୍ନୌ: ଏକବିଂଶ ଶତାବ୍ଦୀରେ ମଧ୍ୟ ପିଛା ଛାଡୁନି ଅନ୍ଧବିଶ୍ବାସ। ଲୋକେ ଚିକିତ୍ସା ପାଇଁ ଆଜି ବି ତନ୍ତ୍ରମନ୍ତ୍ରକୁ ଆପଣାଉଛନ୍ତି। ଫଳରେ ଅନେକ ଜୀବନ ଯାଉଛି। ସେମିତି ତନ୍ତ୍ରର ସାହାରା ନେଇ ଶିଶୁକୁ ହରାଇବାକୁ ପଡିଛି ଜୀବନ। ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ।

ବୁଲନ୍ଦ ଜିଲ୍ଲାର କୋତୱାଲି ଖୁର୍ଜ୍ଜାରୁ ଆସିଛି ଆଶ୍ଚର୍ଯ୍ୟ କଲାପରି ଖବର। ଢାକର  ଗାଁର ସୌରଭଙ୍କ ଭାଇଙ୍କ ଦେଢ ବର୍ଷର ଶିଶୁ ଅସୁସ୍ଥ ହୋଇପଡିଲା। ପରିବାର ଲୋକେ ଶିଶୁକୁ ନେଇ ଗାଁରେ ଥିବା ଜଣେ ତାନ୍ତ୍ରିକ ନିକଟକୁ ନେଇଥିଲେ।  ତାନ୍ତ୍ରିକ ପିଲାର ଦାନ୍ତ ଭାଙ୍ଗି ଦେଇ ଜମିରେ କଚାଡି ଦେଇଥିଲା। ଫଳରେ ପିଲାଟି ବେହୋସ ହୋଇ ଯାଇଥିଲା।

ତାକୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ପିଲାର ମୃତ୍ୟୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *