ମଦ ଦୁର୍ନୀତି ମାମଲାରେ ଜଣେ ପୂର୍ବତନ ଅବକାରୀ ଅଧିକାରୀଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ। କିନ୍ତୁ ଏବେ ଜେଲରୁ ବାହାରି ପାରିବେନି ସଂପୃକ୍ତ ବ୍ୟକ୍ତି। ଏପ୍ରିଲ ୧୦ ଯାଏ ଜେଲରୁ ମୁକୁଳିପାରିବେନି ବୋଲି ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ। ଛତିଶଗଡ଼ର ଅବକାରୀ ବିଭାଗର ସ୍ୱତନ୍ତ୍ର ସଚିବ ପାହ୍ୟାର ପୂର୍ବତନ ଅଧିକାରୀ ଅରୁଣ ପତି ତ୍ରିପାଠୀଙ୍କ କ୍ଷେତ୍ରରେ ଏଭଳି ବେଲ୍ କିନ୍ତୁ ନୋ ରିଲିଜ୍ ନିୟମ ଲାଗୁ ହୋଇଛି। ଯିଏ ଠକେଇ ଓ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ଜାରି ଥିବା ତଦନ୍ତ ଯେଭଳି ପ୍ରଭାବିତ ନହୁଏ, ସେହି ଆଧାରରେ ଅରୁଣଙ୍କୁ ଏବେ ଜେଲରୁ ରିଲିଜ୍ କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଜଷ୍ଟିସ ଅଭୟ ଓକା ଓ ଜଷ୍ଟିସ ଉଜ୍ୱଳ ଭୂୟାଁ କହିଛନ୍ତି, ଅରୁଣ ପ୍ରାୟ ୧୧ ମାସ ହେଲାଣି ପୁଲିସ କଷ୍ଟଡିରେ ରହିଲେଣି। ନିକଟ ଭବିଷ୍ୟତରେ ଟ୍ରାଏଲ ସରିବ ବୋଲି ଆଶା ନାହିଁ। ଯେହେତୁ ରାଜ୍ୟ ସରକାର କହୁଛନ୍ତି, ତଦନ୍ତ ଜାରି ରହିଛି। ସେଥିଲାଗି ଏପ୍ରିଲ୍ ୧୦ରେ ରିଲିଜ୍ ହେବେ ଅରୁଣ। ତଦନ୍ତ ଯେମିତି ପ୍ରଭାବିତ ହେବନି, ସେଥିଲାଗି ଏବେ ରିଲିଜ୍ ହେବେନି ଅରୁଣ। ଅରୁଣ ଏପ୍ରିଲ ୧୨, ୨୦୨୪ରୁ ରାଇପୁର ଆଣ୍ଟି କରପ୍ସନ ବ୍ୟୁରୋ ଦ୍ୱାରା ଗିରଫ ହୋଇଥିଲେ। ଛତିଶଗଡ଼ ହାଇକୋର୍ଟ ସେପ୍ଟେମ୍ୱର ୩୦, ୨୦୨୪ରେ ଅରୁଣଙ୍କ ଜାମିନ ଖାରଜ କରିଦେଇଥିଲେ। ଛତିଶଗଡ଼ ଷ୍ଟେଟ ମାର୍କେଟିଂ କର୍ପୋରେସନ ଲିମିଟେଡ୍ ଏମଡି ଥିଲା ବେଳେ ଅରୁଣ ମଦ ବେପାରୀଙ୍କ ସହ ସିଣ୍ଡିକେଟ୍ କରି ମୋଟା ଅଙ୍କର କମିଶନ ନେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now