ମଧ୍ୟପ୍ରଦେଶ ବିଜେପିର କ୍ୟାବିନେଟ୍ ମନ୍ତ୍ରୀ ବିଜୟ ଶାହାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମହିଳାସେନା ଅଧିକାରୀ ସୋଫିଆ କ୍ୟୁରେସିଙ୍କ ବିରୁଦ୍ଧରେ ମନ୍ତ୍ରୀଙ୍କ ବୟାନ କ୍ୟାନସର ସଦୃଶ ବୋଲି କହିଛନ୍ତି ହାଇକୋର୍ଟ।ବିଜୟଙ୍କ ବିରୁଦ୍ଧରେ ତତ୍କାଳ ଏତଲା କରିବାକୁ ନିର୍ଦେଶ ଦେଇଥିଲେ କୋର୍ଟ। ସୋଫିଆ ମୁସଲିମ ଧର୍ମର ହୋଇଥିବାରୁ ତାଙ୍କୁ ଆତଙ୍କବାଦୀଙ୍କ ଭଉଣୀ କହି ତାଙ୍କର ନିଃସ୍ୱାର୍ଥପରତା ଓ କର୍ତ୍ତବ୍ୟକୁ ଉପହାସ କରାଯାଇଛି ବୋଲି କଡ଼ା ଟିପ୍ପଣୀ ଦେଇଥିଲେ ହାଇକୋର୍ଟ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବିଜୟ। ଏତଲା ଉପରେ ରୋକ୍ ଲଗାଇବାକୁ ପ୍ରାର୍ଥନା କରିଥିଲେ। ସୁପ୍ରିମକୋର୍ଟ ବି କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ସାମ୍ୱିଧାନିକ ପଦରେ ବସି କେମିତି ଏଭଳି ଭାଷା ପ୍ରୟୋଗ କରୁଛନ୍ତି। ଆଉ ବିଜୟଙ୍କ ଉପରେ ଏତଲା ରୁଜୁ ନେଇ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଲେ। ସିଜେଆଇ ଗଭାଇଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରିଥିଲେ। ହାଇକୋର୍ଟ ନ ଯାଇ ଏଠାକୁ କାହିଁକି ଆସିଲେ ବୋଲି ପଚାରିଥିଲେ ସିଜେଆଇ। ହାଇକୋର୍ଟ ଯାଇ ଭୁଲ ମାଗ। ସାମ୍ୱିଧାନିକ ପଦରେ ଥାଇ ସମ୍ୱେଦନଶୀଳତା ଦେଖାଇବା ଦରକାର। ଶୁକ୍ରବାର ଏହାର ଶୁଣାଣୀ କରିବେ ବୋଲି କହିଛନ୍ତି ସିଜେଆଇ। ୨୪ ଘଣ୍ଟା ଭିତରେ କିଛି ହୋଇପାରିବନି।ବିଜୟଙ୍କ ଇସ୍ତଫା ବି ବିରୋଧୀଙ୍କ ସମେତ ଦାବି କରିଛନ୍ତି ଉମା ଭାରତୀଙ୍କ ସମେତ ଅନେକ ବିଜେପି ନେତା।

Naxatra News is now on Whatsapp
Join and get latest news update delivered to you via whatsapp
Join Now