ଦିଲ୍ଲୀରେ  ଦରଜୀଙ୍କୁ ଛୁରୀ ଭୁଷି ଦେଲେ ନାବାଳକ- ଯୁକ୍ତିତର୍କରୁ ମର୍ଡର

ଦିଲ୍ଲୀରେ ନାବାଳକ ଗ୍ରୁପ ସହ ଯୁକ୍ତିତର୍କରୁ ମର୍ଡର। ୫୦ ବର୍ଷୀୟ ଜଣେ ଟେଲରଙ୍କ ଜୀବନ ଯାଇଛି। ନୂଆବର୍ଷ ଦିନ ଚିଲେଇବା ବନ୍ଦ କର ଓ ଜୋରରେ ମ୍ୟୁଜିକ୍ ବଜାଅନି କହି ନାବାଳକ ଗ୍ରୁପକୁ କହିଥିଲେ। ହେଲେ ଏହାକୁ ମାନିନଥିଲେ କେହି। ଫଳରେ ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ, ନବମ ପଢ଼ି ପାଠ ଛାଡ଼ିଦେଇଥିବା ଜଣେ ନାବାଳକ ତାଙ୍କୁ ଛୁରୀ ଭୁଷିଦେଇଥିଲା। ଆଉ ଜଣେ ସାଥୀ ଅରୁଣ ଲାତ ମାରିଥିଲେ। ଏଥିରେ ଟେଲରଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀର ଆଦର୍ଶନଗରର ନର୍ଥୱେଷ୍ଟରେ ଏଭଳି ଅଘଟଣ ଘଟିଛି। ଏଥିରେ ଜଣେ ନାବାଳକ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସ ତଲାସି ଅଭିଯାନ ଜାରି ରଖିଛି। ହତ୍ୟାରେ ବ୍ୟବହୃତ ଛୁରୀକୁ ବି ଜବତ କରାଯାଇଛି। ମୃତକଙ୍କ ନାଁ ବିହାରି ଲାଲ୍। ଶାସ୍ତ୍ରୀନଗରରେ ଦରଜୀ କାମ କରୁଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *