ସୋପିିଆରେ କାଶ୍ମୀର ପଣ୍ଡିତଙ୍କୁ ଆକ୍ରମଣ

Spread the love

ଶ୍ରୀନଗର: ପୁଣି ଶ୍ରୀନଗରରେ କାଶ୍ମୀର ପଣ୍ଡିତଙ୍କ ଉପରେ ଆକ୍ରମଣ। ଦକ୍ଷିଣ କାଶ୍ମୀରର ସୋପିିଆରେ ଆତଙ୍କବାଦୀ ଦୁଇ ଭାଇଙ୍କ ଉପରେ ଗୁଳି ଚଳାଇଛନ୍ତି। ଉଭୟ କାଶ୍ମୀର ପଣ୍ଡିତ ଓ ସେଓ ବଗିଚାରେ କାମ କରୁଥିବା ବେଳେ ଆତଙ୍କୀ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ପୁଣି କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଦକ୍ଷିଣ କାଶ୍ମୀର ସୋପିଆରେ ଦୁଇ କାଶ୍ମୀର ପଣ୍ଡିତ ଭାଇଙ୍କ ଉପରେ ଆକ୍ରମଣ କରିଛନ୍ତି। ଦୁଇ ଭାଇ ଏକ ସେଓ ବଗିଚାରେ କାମ କରୁଥିବା ବେଳେ ଆତଙ୍କବାଦୀ ସେମାନଙ୍କୁ ସେମାନଙ୍କ ପରିଚୟ ପଚାରିଥିଲେ। ଏହା ପରେ ସେମାନଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ। ଏହି ଗୁଳିମାଡରେ ସୁନିଲ ଭଟ୍ଟଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୋପିଆର ଛୋଟେପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଏପରି ଘଟଣା ଘଟାଇଛନ୍ତି। ଏହି ଘଟଣାକୁ ନେଇ ବିଜେପି ନେତା ନିର୍ମଳ ସିଂ କହିଛନ୍ତି, ପୁଣି ଥରେ କାଶ୍ମୀରରେ ଆତଙ୍କୀ କାପୁରୁଷତାର କାର୍ଯ୍ୟ କରିଛନ୍ତି। ହେଲେ ସେମାନେ ନିଜ ଲକ୍ଷ୍ୟ ସିଦ୍ଧିରେ କେବେ ସଫଳ ହେବେ ନାହିଁ। ସେପଟେ ଏହି ମାମଲାକୁ ନେଇ ଏଲଜି ମନୋଜ ସିହ୍ନା କରିଛନ୍ତି କି, ଆତଙ୍କୀଙ୍କୁ ଛଡାଯିବ ନାହିଁ। ଏଥିସହ ସେ ଆତଙ୍କୀ ଆକ୍ରମଣର କଡା ନିନ୍ଦା କରିଛନ୍ତି। ସେ କହିଛନ୍ତି କି, ଆତଙ୍କୀଙ୍କୁ ବାଛି ବାଛି ମରାଯିବ ବୋଲି ଚେତାବନୀ ଦେଇଛନ୍ତି।

ତେବେ ଚଳିତ ବର୍ଷ ମଧ୍ୟରେ କାଶ୍ମୀରରେ ଟାର୍ଗେଟ କିଲିଂ ବାରମ୍ବାର ଘଟିଛି। ମେ ୧୨ରେ ଜଣେ ପୁଲିସ କର୍ମଚାରୀ, ରିଆଜଙ୍କୁ ହତ୍ୟା କରାଯାଇଥିଲା। ସେହିଦିନ ଜଣେ ସରକାରୀ କର୍ମଚାରୀ, ଯିଏ ପଣ୍ଡିତ ଥିଲେ ତାଙ୍କୁ ହତ୍ୟା କରାଯାଇଥିଲା ତାଙ୍କ ଅଫିସ ଭିତରେ ପସି। ସେ ୧୭ରେ ବାରାମୁଲାରେ ୫୨ ବର୍ଷର ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା। ୨୪ ମେରେ ଜଣେ ପୁଲିସଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏଥିରେ ଜଣେ ୭ ବର୍ଷର ଶିଶୁ ମଧ୍ୟ ଆହତ ହୋଇଥିଲା।

୨୫ ମେରେ ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କୁ ବଡଗାମରେ ହତ୍ୟା କରାଯାଇଥିଲା। ୩୧ ମେରେ କୁଲଗାମରେ ଜଣେ ଶିକ୍ଷୟିତ୍ରୀ ରଜନୀ ବାଳାଙ୍କୁ ଗୁଳିମାଡ କରି ହତ୍ୟା କରିଥିଲେ ଆତଙ୍କବାଦୀ। ୨ ଜୁନରେ ରାଜସ୍ଥାନର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେହିଦିନ ୧୭ ବର୍ଷର ଜଣେ ଶ୍ରମିକଙ୍କ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ୪ ଅଗଷ୍ଟରେ ପୁଲବାମାରେ ବିହାରରେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।

Leave a Reply

Your email address will not be published. Required fields are marked *