ଖୋଲୁଛି ଶିକ୍ଷକ ଦୁର୍ନୀତି ଗୁମୁର

Spread the love

କୋଲକାତା: ଧୀରେ ଧୀରେ ଖୋଲୁଛି ଶିକ୍ଷକ ଦୁର୍ନୀତି ଗୁମୁର । ସବୁଠାରୁ ଚମକାଇଲା ଭଳି କଥା ହେଉଛି ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ବ୍ୟକ୍ତିଙ୍କୁ ଚାକିରି ମିଳିଥିଲା। ଏମିତିକି ନିଯୁକ୍ତି ପରୀକ୍ଷା ଦେଇନଥିବା ବ୍ୟକ୍ତିଙ୍କୁ ମଧ୍ୟ ଚାକିରି ମିଳିଥିଲା ଲାଞ୍ଚ ବଦଳରେ । କେବଳ ପାର୍ଥ ଚାଟାର୍ଜୀଙ୍କ ଅଙ୍ଗରକ୍ଷୀଙ୍କ ପରିବାରରୁ ୧୩ ଜଣଙ୍କୁ ଶିକ୍ଷା ବିଭାଗରେ ଚାକିରି ଦିଆଯାଇଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ଯିଏ ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି। ଏଭଳି ଭାବେ ଅର୍ପିତଙ୍କ ସୁପାରିଶ କ୍ରମେ ତାଙ୍କର ସମ୍ପର୍କୀୟଙ୍କୁ ଚାକିରି ମିଳିଥିଲା।

ତେବେ ସବୁଠାରୁ ବଡ କଥା, ସବୁ ଗୁମର ଖୋଲିଥିବା ବେଳେ କିନ୍ତୁ ଏମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ କାହାରିକୁ ଶିକ୍ଷା ବିଭାଗ ହଟାଇନାହିଁ। ହୋଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ  ତଦନ୍ତ କରୁଛି। ଅର୍ଥ ଠକେଇ ମାମଲାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି। ଦିନକୁ ଦିନ ଗୋଟିଏ ଗୋଟିଏ ନୁଆ କଥା ସମାନାକୁ ଆସୁଛି । କେତେବେଳେ ଅର୍ପିତାଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେଉଛି ତ ଆଉ କେତେବେଳେ ପାର୍ଥ ଚାଟାର୍ଜୀ ଅର୍ପିତାଙ୍କ ସହ ମିଶି ସୁନା କିଣିବା ଓ ହୀରା ମୁଦି ଉପହାର ଦେବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖାଲି ସେତିକି ନୁହେଁ ବର୍ତ୍ତମାନ ଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା କଥା ପ୍ରମାଣିତ ହେବାରେ ଲାଗିଛି। ସର୍ବନିମ୍ନ  ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ ଚାକିରି ପାଇଛନ୍ତି ଅନେକ। ଯାହର କୌଣସି ସନ୍ତୋଷଜନକ ଉତ୍ତର ନା ଶିକ୍ଷା ବିଭାଗ ପାଖରେ ଅଛି ନା ମନ୍ତ୍ରୀଙ୍କ ପାଖରେ । ତଦନ୍ତ ପରେ ସମସ୍ତ କଥା ଲୋକଲୋଚନକୁ ଆସିବ ।

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *