ଛାତ୍ରୀଙ୍କୁ କୋଠା ଉପରୁ ଫିଙ୍ଗିଲେ ଶିକ୍ଷୟିତ୍ରୀ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲରେ ଅଭାବନୀୟକାଣ୍ଡ। ଛାତ୍ରୀଙ୍କୁ ପ୍ରଥମ ମହଲା ଉପରୁ ତଳକୁ ଫୋପାଡି ଦେଲେ ଶିକ୍ଷୟିତ୍ରୀ। ଘଟଣାରେ ଛାତ୍ରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି। ପୁଲିସ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଅଟକ ରଖିବା ସହ ତଦନ୍ତ କରୁଛି। ଦିଲ୍ଲୀ ସେଣ୍ଟ୍ରାଲ ଜିଲ୍ଲାର ଏକ ସରକାରୀ ସ୍କୁଲରେ ଶୁକ୍ରବାର ସକାଳୁ ଏପରି ଘଟଣା ଘଟିଛି।

ଦିଲ୍ଲୀ ସେଣ୍ଟ୍ରାଲ ଜିଲ୍ଲାର ମଡେଲ ବସ୍ତି ଅଞ୍ଚଳରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଗୀତା ଦେଶୱାଲ ପ୍ରଥମେ ଏକ ଛୋଟ କଁଇଚିରେ ଆଘାତ ଦେବା ସହ ସ୍କୁଲ କୋଠାର ପ୍ରଥମ ମହଲାରୁ ଫୋପାଡି ଦେଇଥିଲେ। ଫଳରେ ଛାତ୍ରୀ ଆହତ ହୋଇଥିବା ବେଳେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ପ୍ରାଥମିକ ଚିକିତ୍ସା ପରେ  ଡାକ୍ତର କହିଛନ୍ତି କି, ସେ ବିପଦ ମୁକ୍ତ ଅଛି।

ଏସମ୍ପର୍କରେ ଡିଜିପି ସ୍ବେତା ଚୌହାନ କହିଛନ୍ତି, ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଅଟକ ରଖି ପଚରାଉଛରା କରୁଛି। ଶିକ୍ଷୟିତ୍ରୀଙ୍କ ବିରୋଧରେ ଆଇପିସିର ଧାରା ୩୦୭ରେ ମାମଲା ରୁଜୁ କରାଯିବ।  

Leave a Reply

Your email address will not be published. Required fields are marked *