ତେଜପ୍ରତାପଙ୍କୁ ୪ହଜାର ଟଙ୍କାର ଚାଲାଣ

ଆରଜେଡି ନେତା ତେଜପ୍ରତାପ ଯାଦବଙ୍କୁ ୪ହଜାର ଟଙ୍କାର ଚାଲାଣ ପଠାଇଲା ଟ୍ରାଫିକ୍ ପୁଲିସ। ବିନା ହେଲମେଟରେ ହୋଲି ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନ ପାଖରେ ସ୍କୁଟରରେ ଯାଉଥିଲେ ତେଜପ୍ରତାପ। ଯେଉଁ ସ୍କୁଟରରେ ହୋଲି ଅବସରରେ ଚକ୍କର ମାରୁଥିଲେ, ସେ ଗାଡ଼ିର ନା ଅଛି ବୀମା ନା ଅଛି ପ୍ରଦୂଷଣ ସାର୍ଟିଫିକେଟ। ବୀମାର ଅବଧି ସରିଯାଇଛି କେବେଠୁ। ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଏବେକାର ବିଧାୟକ ତେଜପ୍ରତାପ ଲାଲୁ ଯାଦବଙ୍କ ପୁଅ। ସୋସିଆଲ ମିଡ଼ିଆରେ ବିନା ହେଲମେଟରେ ସ୍କୁଟରରେ ତେଜପ୍ରତାପ ଯାଉଥିବାର ଭିଡ଼ିଓ ଭାଇରାଲ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *