ନିର୍ବାଚନୀ ପ୍ରତିଶୃତି ରକ୍ଷା- ମାରିଦେଲେ ୫ଶହ କୁକୁର

ତେଲେଙ୍ଗାନାରେ ଗାଏବ ହୋଇଗଲେ କୁକୁର। ଗୋଟିଏ ଜାଗାରେ ୨ଶହ ବୁଲା କୁକୁର ମରି ପଡ଼ିଥିବା ଦେଖିବା ପରେ ଏହାକୁ ନେଇ ହଇଚଇ ଖେଳିଯାଇଛି। ବିଷାକ୍ତ ଇଞ୍ଜେକ୍ସନ ଦେଇ ପ୍ରାୟ ୫ଶହ କୁକୁରଙ୍କୁ ମାରିଦିଆଯାଇଛି। ୫ଟି ଗାଁର ସରପଞ୍ଚଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ପୁଲିସ ଛାନଭିନ୍ ଆରମ୍ଭ କରିଛି। ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରେ ବୁଲା କୁକୁରଙ୍କୁ ସାମୂହିକ ହତ୍ୟାର ଗମ୍ଭୀର ମାମଲା ସାମ୍ନାକୁ ଆସିବା ପରେ ସବୁଠି ହଲଚଲ ଖେଳିଛି। ପଶୁ ପ୍ରେମୀ ଓ ପଶୁ କଲ୍ୟାଣ ସଂଗଠନ ଗୁଡ଼ିକ ଚିନ୍ତାପ୍ରକଟ କରିଛି। ଜାନୁଆରୀ ୧୨ରେ ଅଦୁଲାପୁରମ ଗୌତମ ଏତଲା ଦେଇଛନ୍ତି। ଷ୍ଟ୍ରେ ଆନିମଲ ଫାଉଣ୍ଡେସନ ଅଫ ଇଣ୍ଡିଆ ସହ ଜଡ଼ିତ ଗୌତମ। ପାଲବାଞ୍ଚା ମଣ୍ଡଳ ଅନ୍ତର୍ଗତ ଅନେକ ଗାଁରେ ଏହା ହୋଇଛି। ଯେଉଁ ଗାଁରେ ଏ ଘଟଣା ସାମ୍ନାକୁ ଆସିଛି, ସେ ସବୁ ଗାଁ ହେଲା- ଭାଓ୍ୱନିପେଟ, ପାଲବାଞ୍ଚା, ଫରିଦପେଟ, ଓ୍ୱାଡ଼ି ଓ ବନ୍ଦାରମେଶ୍ୱରପଲ୍ଲୀ। ଏ ସମସ୍ତ ଗାଁ ମଚାରେଡ୍ଡୀ ଥାନା ଅନ୍ତର୍ଗତ ଅଟେ। କୁହାଯାଉଛି, ଭୋଟ୍ ପାଇଁ କୁକୁରଙ୍କୁ ବଳି ଚଢ଼ାଇ ଦିଆଗଲା। ତେଲେଙ୍ଗାନାରେ ପଞ୍ଚାୟତ ନିର୍ବାଚନ ପରେ ଏହି କାରନାମାକୁ ନେଇ ସମସ୍ତେ ସ୍ତବ୍ଧ। କୁଆଡ଼େ ନିର୍ବାଚନ ବେଳେ ପ୍ରତିଶୃତି ଦିଆଯାଇଥିଲା। ବୁଲା କୁକୁରଙ୍କୁ ରାସ୍ତାରୁ ହଟାଇ ଦିଆଯିବ। ଆଉ କଥା ରଖିବାକୁ କୁଆଡ଼େ ଏଭଳି ରାସ୍ତା ଆପଣାଇଥିଲେ ସ୍ଥାନୀୟ ନେତାଏ। ଯେଉଁ ସରପଞ୍ଚ ବୁଲା କୁକୁରଙ୍କ କବଳରୁ ଲୋକଙ୍କୁ ମୁକ୍ତି ଦେବାକୁ କଥା ଦେଇଥିଲେ। ସେମାନେ ଆଇନକାନୁନ, ସମ୍ୱେଦନଶୀଳତା ଓ ମାନବିକତାକୁ ପଛରେ ପକାଇଦେଲେ। ଆଉ ଏହାର ପରିଣାମସ୍ୱରୂପ ସପ୍ତାହକ ଭିତରେ ପ୍ରାୟ ୫ଶହ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦେଲେ। ଗାଁ ବାହାରେ ଶବକୁ ପୋତିଦିଆଗଲା। ଏ ମାମଲା ପଶୁ କ୍ରୁରତା ଓ ବର୍ବରତାର ସୀମା ଡେଇଁଯାଇଛି। ନିର୍ବାଚନ ପ୍ରତିଶୃତି ପାଇଁ ନିରୀହ ପଶୁଙ୍କୁ ମାରିଦିଆଗଲା। ଏ ମାମଲାରେ ଫରେନସିକ୍ ଯାଞ୍ଚ ଚାଲିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *