ଦିଲ୍ଲୀରେ ପୁଣି ଥାର୍‌ର କହର..

ଦିଲ୍ଲୀରେ ହିଟ୍ ଆଣ୍ଡ ରନ୍। ରାସ୍ତା କଡ଼ରେ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଖସିଗଲା କାର୍ ଚାଳକ। ଆଉ କାର୍ ଧକ୍କାରେ ୪୦ ବର୍ଷୀୟ ବିକସୁ ଲାଲଙ୍କ ମୃତ୍ୟୁ ହୋଇଛି। ମୋତିନଗରରେ ଏ ଘଟଣା ଘଟିଛି। ଫେରାର୍ କାର ଚାଳକକୁ ଧରିବାକୁ ପୁଲିସ ତନାଘନା ଜାରି ରଖିଛି। ଶୁକ୍ରବାର ରାତି ଯାକ ବିକସୁଙ୍କ ଫୋନ୍ ଲଗାଇଥିଲେ ପରିବାର ଲୋକେ। କିନ୍ତୁ କୌଣସି ଉତ୍ତର ଆସିନଥିଲା। ରାତିରେ ଘରୁ ବାହାରିଥିଲେ ବେଜୁ। ୧୦ ମିନିଟ ଭିତରେ ଘରକୁ ଫେରିବି ବୋଲି କହିଥିଲେ ପୁଅକୁ। ଘରକୁ ଫେରିବାରେ ବିଳମ୍ୱରୁ ପୁଅ ରାତି ଯାକ କଲ୍ କରିବାରେ ଲାଗିଥିଲା। ଆଉ କୁଆଡ଼େ ବିକସୁ ଚାଲିଗଲେ ବୋଲି ଚିନ୍ତାରେ ପଡ଼ିଯାଇଥିଲେ ପରିବାରବର୍ଗ। ଆଉ ଶନିବାର ସକାଳୁ ଜାଣିବାକୁ ପାଇଥିଲେ ଯେ, କାର୍ ଧକ୍କାରେ ବିକସୁଙ୍କ ବାଇକ ପୁରା ଧ୍ୱସ୍ତ ହୋଇଯାଇଛି। ଛାତିରେ ଗଭୀର ଆଘାତ ଲାଗିଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ବିକସୁ।। ବିକସୁ ୫ଟି ପିଲାର ବାପା ଅଟନ୍ତି। ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ଦୋଷୀଙ୍କୁ କଡ଼ା ଦଣ୍ଡ ସହ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ପରିବାରବର୍ଗ। ବିକସୁଙ୍କ ଘର ୟୁପିର ଗୋଣ୍ଡାରେ। ଦିଲ୍ଲୀରେ ଥରର୍ କହର ଦେଖିବାକୁ ମିଳିଛି। ଘଟଣାସ୍ଥଳ ପାଖରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚୁରା କରିଛି। ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ୍ ଭାଇରାଲ ହୋଇଛି। ଧକ୍କା ଏତେ ଜୋରରେ ଥିଲା ଯେ, କାର୍ ଭିତରେ ଥିବା ସେଫଟି ଏୟାରବ୍ୟାଗ୍ ବି ଖୋଲିଯାଇଥିଲା। ବାଇକକୁ ଧକ୍କା ଦେଇ ଟ୍ରକ ପଛପଟେ ପିଟିହୋଇଯାଇଥିଲା କାର୍। ପୁଲିସ କାରକୁ ଜବତ କରିଛି। ଥର୍ ଗାଡ଼ିରୁ ମଦବୋତଲ ମିଳିଛି। ଥାରର୍ କହର ପୁଣି ଜଣେ ପରିବାରକୁ ଛାରଖାର କରିଦେଲା। ଏହି ଅଞ୍ଚଳରେ ଗଲା ସପ୍ତାହକ ଭିତରେ ଥାର୍ ଗାଡ଼ିରେ ଏହା ଦ୍ୱିତୀୟ ଦୁର୍ଘଟଣା ଅଟେ। ଗଲା ୧୦ ତାରିଖରେ ଥାର୍ ଚାଳକ ରାସ୍ତାରେ ଚାଲିକି ଯାଉଥିବା ଦୁଇ ଲୋକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣା ଦିଲ୍ଲୀର ଚାଣକ୍ୟପୁରୀରେ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *