୧୧ ଦିନ ଧରି ଘରେ ପଡିରହିଲା ମା-ଝିଅଙ୍କ ମୃତଦେହ

Spread the love

ବାରାଣାସୀ ଲଙ୍କା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ୧୧ ଦିନ ଧରି ଘରେ ପଡିରହିଲା ମା-ଝିଅଙ୍କ ମୃତଦେହ। ଉଲଗ୍ନ ଅବସ୍ଥାରେ ମା-ଝିଅଙ୍କ ମୃତଦେହ ପୋଲିସ ଉଦ୍ଧାର କରି ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ । ତେବେ ଘଟଣାଟି ଯେତିକି ସାଧାସିଧା ଲାଗୁଛି ତାହା ସେମିତି ନୁହେଁ। ପୋଲିସର ଅନୁସନ୍ଧାନରେ ଏଭଳି କିଛି ଘଟଣା ସମ୍ନାକୁ ଆସିଛି ଯେଉଁଥିପାଇଁ ପୁଅମାନଙ୍କୁ ସନ୍ଦେହ କରି ପଚରାଉଚୁରା କରୁଛି ପୋଲିସ। ଦେବରିଆର ବାସିନ୍ଦା ବାଳମୁକୁନ୍ଦ ଇଲେକ୍ଟ୍ରି ବିଭାଗରେ କାର୍ଯ୍ୟ କରୁଥିଲେ। ହେଲେ ୨ ବର୍ଷ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ବାଳମୁକୁନ୍ଦଙ୍କ ବଡପୁଅ ଅଖିଳେଶ ଦିଲ୍ଲୀରେ ରହୁଥିବା ବେଳେ ସାନ ପୁଅ ଅଞ୍ଜନୀ ଚୋଲାପୁରରେ କାମ କରେ। ବାଳମୁକୁନ୍ଦଙ୍କ ସ୍ତ୍ରୀ ସୁନିତା ପାଣ୍ଡେ ଏବଂ ତାଙ୍କ ଝିଅ ଦୀପିକା ପାଣ୍ଡେ ଘରେ ରୁହନ୍ତି।

ହେଲେ ସ୍ତ୍ରୀ ସୁନିତାଙ୍କ ମୃତଦେହ ଘରର ଏକ କଠୋରୀରେ ପଡିଥିବା ବେଳେ ଝିଅ ଦୀପିକାର ମୃତଦେହ ଘର ବାହାରେ ପଡିଥିଲା। ସେମାନଙ୍କ ଦେହରେ କୌଣସି ବସ୍ତ୍ର ନଥିବା ଜଣାପଡିଛି।ତେବେ ଏହି ଘଟଣାକୁ ନେଇ ଡିଆଇଜି ସନ୍ତୋଷ ସିଂ ଏବଂ ଡିସିପି କାଶୀଆରଏସ ଗୌତମ ସାନ ପୁଅ ଅଞ୍ଜନୀ ପାଣ୍ଡେଙ୍କୁ ଏକ ଘଣ୍ଟା ଧରି ପଚରାଉଚୁରା କରିଥିଲେ। ଏହାସହ ସିସିଟିଭି ଫୁଟେଜ ଯାଞ୍ଚ କରି ଅଧିକ ଖୋଳତାଡ କରୁଛି ପୋଲିସ। ସେପଟେ ନରିୟା ପ୍ରାଥମିକ ବିଦ୍ୟାଳୟ ନିକଟ ଯେଉଁ ଘରୁ ମା-ଝିଅଙ୍କ ଶବ ମିଳିଥିଲା, ତାହାର ଦୁଇ ପାର୍ଶ୍ୱକୁ ଭାଙ୍ଗି ଦିଆଯାଇଛି। ଯେ କେହି ବି ଏହି ଘର ଭିତରକୁ ସହଜରେ ପଶିପାରିବେ। ବାପାଙ୍କ ମୃତ୍ୟୁ ପରେ ଘରକୁ ଭାଗ କରାଯାଇଥିଲା।

ବଡ ପୁଅ ତା ଭାଗ ବିକି ଦେଇଥିବା ସାନ ପୁଅ ପୋଲିସକୁ କହିଥିବା ଜଣାପଡିଛି।ଅନ୍ୟପଟେ ଡିଆଇଜି କହିଛନ୍ତି ଯେ ଜୁଲାଇ ୭ରେ ସାନ ପୁଅର ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଆସିଥିଲା। ଜୁଲାଇ ୩ରେ ସେ ମଧ୍ୟ ଘରକୁ ଆସିଥିଲେ। ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସାନପୁଅ ତା ଭାଗ ବିକ୍ରି କରିବାକୁ ଚାହୁଁଥିବା ବେଳେ ମା ସହ ଝଗଡା ହୋଇଥିଲା। ତେବେ ମା-ଝିଅଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସତ୍ୟାସତ ଜଣାପଡିବ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *