ଯୋଧପୁରରେ ଗୋଟିଏ ପରିବାରର ଚାରିଜଣଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ, ପୁତୁରା ଗିରଫ

Spread the love

ଜୋଧପୁର : ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଓସିୟା ତହସିଲର ରାମନଗର ଗ୍ରାମ ପଞ୍ଚାୟତ ଚେରାଇର ଗଙ୍ଗାଣିୟୋର ଢାଣୀରେ ଗତ(ବୁଧବାର) ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡର ସାତଘଣ୍ଟାରେ ଖୁଲାସା କରି ପୋଲିସ ମୃତକର ପୁତୁରାକୁ ଗିରଫ କରିଛି । ହତ୍ୟାର କାରଣ ପ୍ରାରମ୍ଭିକ ଭାବେ ଜମିବାଡ଼ି ଏବଂ ପୁରୁଣା ରାଗ କଥା ଆଗକୁ ଆସିଛି । ଅଭିଯୁକ୍ତ ପ୍ରଥମେ ନଜ ବଡ଼ବାପା ଏବଂ ବଡ଼ମା’ର ହତ୍ୟା କରିଥିଲା । ପୁଣି ବଡ଼ବାପାଙ୍କ ବୋହୁଙ୍କ ସହିତ ତା’ର ଛୋଟ ଝିଅକୁ ମାରିଛି । ପୋଲିସ୍ ସବୁଦିଗରୁ ଏଥିରେ ଯାଞ୍ଚ କରୁଛି । ଅଭିଯୁକ୍ତ ପୁତୁରା ପପ୍ପୁରାମ ପୁତ୍ର ଭୈରାରାମକୁ ବର୍ତ୍ତମାନ ପଚରାଉଚୁରା ଚାଲିଛି ।

ଘଟଣା ଅନୁଯାୟୀ ଗତ ବୁଧବାର ଭୋର୍‌ରୁ ଗଂଗାଣିୟୋର ଢାଣୀରେ ଏକ ପରିବାରର ଚାରି ଜଣଙ୍କ ପୋଡ଼ା ଶବ ମିଳିଥିଲା । ହତ୍ୟା କରିବା ପରେ ଶବକୁ ଘୋଷାଡ଼ି ଅଗଣାରେ ନିଆଯାଇ ସେମାନଙ୍କୁ ପୋଡ଼ିଦିଆ ଯାଇଥିଲା

Leave a Reply

Your email address will not be published. Required fields are marked *