ବିଜୁ ଜନତା ଦଳ ଅପରାଧୀଙ୍କ ବଳ- ବିଜେପି

Spread the love

ଭୁବନେଶ୍ୱର : ବିଜୁ ଜନତା ଦଳ ଅପରାଧୀଙ୍କ ବଳ । ଅନେକ ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ଥିବା ଆମେ ଅଭିଯୋଗ ଆଣିବା ପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କରାଯାଇଛି । ପରୋକ୍ଷରେ ବିଜେଡି ଅପରାଧୀ ମନ୍ତ୍ରୀ ଥିବା ସ୍ୱୀକାର କରିଛି । ଜଗତସିଂହପୁର ବିଜେଡିରେ ଜଣେ ଅପରାଧୀକୁ ଜିଲ୍ଲା ଉପସଭାପତି କରିବା ପ୍ରସଙ୍ଗରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ତାଙ୍କର ପ୍ରତିକ୍ରିୟାରେ ଏହା କହିଛନ୍ତି ।

ସେ କହିଛନ୍ତି, ବିଜେଡିରେ ଅଧିକ ବିଧ୍ୟାୟକ ଓ ସାଂସଦ ଅପରାଧୀ ଏହା ଏଡିଆର ରିପୋର୍ଟରେ ଆସିଛି । ଏସଟିଏଫ ଯାହାକୁ ଉଠାଇଥିଲା ସେ ଆଜି ବିଜେଡିରେ ଜିଲ୍ଲା ଉପସଭାପତି । ଯିଏ ଅପରାଧ କଲା ସିଏ ଆଜି କର୍ମକର୍ତ୍ତା ହେଲା, ମନ୍ତ୍ରୀ ନେତା ହେଲା । ବିଜୁ ଜନତା ଦଳ ୱାସିଂ ମେସିନ ଭଳି କାମ କରୁଛି । ବିଜେଡି ଅପରାଧୀଙ୍କୁ ନିଜ ଦଳରେ ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା କରି ତାଙ୍କୁ ସ୍ୱଚ୍ଛ କରୁଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *