ଥାନା ହାଜତରୁ ଫେରାର୍ ମୁଦାଲାକୁ ଧରିଲା ପୁଲିସ

Spread the love

ରାଉରକେଲା : ରାଉରକେଲା ପୁଲିସ ଜିଲ୍ଲାର ସେକ୍ଟର ୧୫ ଥାନାରେ ଚାଲିଥିବା ଢିଲା ବ୍ୟବସ୍ଥା ଲାଗି ଚୋରୀ ମାମଲାରେ ଗିରଫ ହୋଇଥିବା ଜଣେ ମୁଦାଲା ଥାନାରୁ ଫେରାର ହେବା ଓ ପରେ ଥାନା ବାଲା ନାକଦେମ ହୋଇ ତାକୁ ଧରିବା ମାମଲା ପୁଲିସ ଜିଲ୍ଲାର ଜାଣିବା ଶୁଣିବା ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ଖବରରୁ ଜଣାପଡିଛି, ଏକ ଚୋରୀ ମାମଲାରେ ସେକ୍ଟର-୧୫ ଥାନା ପୁଲିସ ୪ ଜଣଙ୍କୁ ଧରିଥିଲା । ତନ୍ମଧ୍ୟରୁ ୨ ଜଣଙ୍କୁ ପଚରା ଉଚରା ପରେ ଛାଡିଥିବା ବେଳେ ଅନ୍ୟ ୨ଜଣଙ୍କୁ ରଖିଥିଲା । ତେବେ ଏମାନଙ୍କ ଭିତରୁ ୨୮ ତାରିଖ ସନ୍ଧ୍ୟାରେ ଥାନାରେ କେହି ନଥିବା ବେଳେ ଜଣେ ମାତ୍ର ଜନେଷ୍ଟବଳ ଥାନାରେ ଥିବାର ସୁଯୋଗ ନେଇ ହାଜତରେ ଥିବା ସେକ୍ଟର -୧ ଅଂଚଳର ରିସି ନାମକ ଯୁବକ ପାଇଖାନା ଯିବାକୁ କହି ଭିତରପଟୁ କବାଟ ଦେଇ ଆଉ ଖୋଲିନଥିଲା । କନେଷ୍ଟବଳ ଜଣକ ବିଳମ୍ବ ହେବାରୁ ଡାକି ଦେଖିବାରୁ ଅଭିଯୁକ୍ତ ରିସି ଝରକା ଭାଙ୍ଗି ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ । ପରେ ଥାନାର ଅନ୍ୟ ଅଧିକାରୀ ମାନେ ଏକଥା ଜାଣିବା ସହ କଥା ଉପର ମହଲକୁ ଯିବା ପରେ ସେଦିନ ସନ୍ଧ୍ୟାରୁ ରାତି ୧ଟା ଯାଏ ଖୋଜାଖୋଜି କରି ତାକୁ ସେକ୍ଟର-୨୧ ଅଞ୍ଚଳରୁ ଧରିଥିଲେ । ପରେ ତାକୁ ସେହି ଚୋରୀ ମାମଲାରେ କୋର୍ଟଚାଲାଣ କରିଥିବା ଜଣାପଡିଛି । ଠିକ ସେହିଭଳି ଏହି ଥାନାର କିଛି ଅଧିକାରୀ ଜଣେ ମହିଳା ଅଫିସର ଓ କନେଷ୍ଟବଳ ମାନେ ଥାନା ଗାଡିରେ ଜଣେ ଯୁବକକୁ ଧରି ଆସୁଥିବା ବେଳେ ସେ ଯୁବକ ଜଣକ ସେକ୍ଟର ୧୬ ଛକରେ ଗାଡିରୁ ଚଂପଟ ମାରିଥିଲା । ଥାନାର ସିପାହୀ ମାନେ ତାକୁ ଧରିଥିଲେ । ଏହି ୨ଟି ଘଟଣାକୁ ନେଇ ଏବେ ଜାଣିବା ଶୁଣିବା ମହଲରେ ଆଲୋଚନା ଯୋର ଧରିଥିବା ବେଳେ ଥାନାର ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *