ମୁସେୱାଲା ହତ୍ୟା: ପୁଲିସ ଓ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ବିନିମୟ

Spread the love

ଅମ୍ରିତସର: ବୁଧବାର ଦିନ ପଞ୍ଜାବ ପୁଲିସ ଓ ମୁସେୱାଲା ହତ୍ୟାରେ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଛି ଏନକାଉଣ୍ଟର। ପଞ୍ଜାବ ପୁଲିସର ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ ଦୁଇ ସନ୍ଦିଗ୍ଧଙ୍କୁ ଭକନା ଗାଁ ନିକଟରେ ପିଛା କରିବା ପରେ ଉଭୟ ପକ୍ଷରୁ ଗିଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଲୋକଙ୍କୁ ଘରେ ରହିବାକୁ କହିଛି।

ଜୁଲାଇ ୧୮ରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ପଞ୍ଜାବୀ ଗାୟକରୁ ରାଜନେତା ପାଲଟିଥିବା ସିଧୁ ମୁସେୱାଲାଙ୍କ ପରିଚାଳକ ସଗୁନପ୍ରିତ ସିଂହଙ୍କ ଆଣ୍ଟିସିପେଟୋରୀ ବେଲ ଆବେଦନକୁ ନାକଚ କରି ଦେଇଛନ୍ତି। ସଗୁନ ପ୍ରିତଙ୍କ ବିରୋଧରେ ଯୁବ ଅକାଳି ନେତା ବିକି ମିଦ୍ଦୁଖେରାଙ୍କ ହତ୍ୟା ମାମଲା ରହିଛି। ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଛନ୍ତି।ଜଷ୍ଟିସ ଅନୁପ ଚିତ୍କକାରାଙ୍କ ଖଣ୍ଡପୀଠ ତାଙ୍କ ବେଲ ଶୁଣାଣି କାଳରେ କହିଛନ୍ତି କି, ସଗୁନଙ୍କ ବିରୋଧରେ ଥିବା ଅଭିଯୋଗରେ ସେ ମାମଲାରେ ସମ୍ପୃକ୍ତ ଥିବା ନେଇ ପ୍ରାରମ୍ଭିକ ଯାଞ୍ଚରୁ ବହୁ ପ୍ରମାଣ ପୁଲିସକୁ ମିଳିଛି। ଏହାକୁ ନେଇ ତାଙ୍କ ଆଗୁଆ ଜାମିନକୁ ଖାରଜ କରି ଦେଇଛନ୍ତି ଖଣ୍ଡପୀଠ।

  • ଶିଳା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *