ଆମେରିକାରେ ବ୍ୟାନ୍ ହେବ ଟିକଟକ୍। ଆମେରିକା ସୁପ୍ରିମକୋର୍ଟ ଶୁକ୍ରବାର ସର୍ବସମ୍ମତିରେ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ହୋଇଥିବା ସଂଘୀୟ ଆଇନକୁ କାଏମ ରଖିଲେ। ଏହି ଆଇନ ଅନୁସାରେ ଚୀନର ଏହି ଆପ୍ ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଚିନ୍ତା ଜାହିର୍ କରିଥିଲା। ରବିବାରଠୁ ଏହି ବ୍ୟାନ ଲାଗୁ ହେବ। ଏହି ନିଷ୍ପତ୍ତି ପରେ ଏବେ ଆମେରିକାର ୧୭ କୋଟି ୟୁଜର୍ସଙ୍କୁ ହରାଇବ ଟିକଟକ୍। ଜାନୁଆରୀ ୧୯ରୁ ଆଇନ ଲାଗୁ ହେବା ସତ୍ତ୍ୱେ ବି ଏହି ଆପ୍ ମୋବାଇଲରୁ ଗାଏବ ହେବନି। କିନ୍ତୁ ୟୁଜର୍ସ ଆଉ ଏଣିକି ଏହାକୁ ଡାଉନଲୋଡ କରିପାରିବେନି। କୌଣସି ଅପଟେଡ୍ ବି ଉପଲବ୍ଧ ହେବନି। ନବନିର୍ବାଚିତ ରାଷ୍ଟ୍ରପତି ଡାନୋଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ଠିକ୍ ଦିନକ ଆଗରୁ ଏହାକୁ ଲାଗୁ କରାଯିବ। ଟ୍ରମ୍ପ ୨୦ରେ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ସେପଟେ ହ୍ୱାଇଟହାଉସ ପକ୍ଷରୁ କୁହାଯାଇଛି, ଆମେରିକାବାସୀଙ୍କ ଲାଗି ଟିକଟକ୍ ଉପଲବ୍ଧତା ଜାରି ରଖିବା ଦରକାର। ଜୋ ବାଇଡେନ୍ ପ୍ରଶାସନ ଏହା କହୁଥିବା ବେଳେ କିନ୍ତୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏଭଳି ସମୟରେ ଆସିଛି। ଯାହାକୁ ଅନୁପାଳନ କରିବାର ଭାର ଟ୍ରମ୍ପ ପ୍ରଶାସନ ଉପରେ ନିର୍ଭର କରୁଛି। ଆମେରିକାର ଯୁକ୍ତି ହେଉଛି ଯେ, ଟିକଟକ୍ ଆମେରିକା ୟୁଜର୍ସଙ୍କ ଡାଟା ଏକାଠି କରୁଛି। ଯେଉଁଥିରେ ସମ୍ୱେଦନଶୀଳ ତଥ୍ୟ ବି ସାମିଲ୍ ଅଛି। ଏହା ଚୀନ୍ ସରକାରଙ୍କ ହାତରେ ଲାଗିପାରେ। ଏହି ଚିନ୍ତାକୁ ନେଇ ଆମେରିକା ସଂସଦ ଏକ ବିଲ୍ ପାରିତ କରିଥିଲା। ଯାହା ଗଲା ଏପ୍ରିଲରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ହସ୍ତାକ୍ଷର ପରେ ଆଇନରେ ପରିଣତ ହୋଇଥିଲା। ଚୀନର ଏହି କମ୍ପାନୀ ଏହି ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲା। କ୍ଷମତା ଛାଡ଼ିବାର ତିନି ଦିନ ଆଗରୁ ହିଁ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ବାଇଡେନ୍ ଲଗିଂକୁ ନେଇ ସମାନତାର ସଂଶୋଧିତ ଆଇନ ଉପରେ ହସ୍ତାକ୍ଷର କରିଥିଲେ। ଏହି ସମାନତା ପୁରୁଷ, ମହିଳା, କିନ୍ନର ଓ ଅନ୍ୟଙ୍କୁ ବି ମିଳିବ। ଏହି ସଂଶୋଧିତ ଆଇନ୍ ଅନୁସାରେ ଏବେ ଆମେରିକାରେ ଲଗ୍ ଆଧାର ଉପରେ କାହାକୁ କୌଣସି କାମ କରିବାକୁ ରୋକ୍ ଲାଗିପାରିବନି। ନା କାହାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଇପାରିବ। ସେପଟେ ଟିକଟକ୍ ବ୍ୟାନ ନେଇ ସୁପ୍ରିମକୋର୍ଟଙ୍କ ମୋହର ଲାଗିବା ପରେ ଟିକଟକ ବି ଏହାର ପ୍ରତିବାଦ କରିଛି। ରବିବାର ଆମେରିକାରେ ଏହା ବ୍ଲାକଆଉଟ୍ ହୋଇଯିବ ବୋଲି ଚେତାବନୀ ଦେଇଛି। ଯଦି ବାଇଡେନ୍ ପ୍ରଶାସନ କମ୍ପାନୀଙ୍କୁ କଥା ନ ଦିଏ କି ଆପଲ ଓ ଗୁଗଲ ଭଳି କମ୍ପାନୀ ସମାନ ଦଶା ଯେଭଳି ନ ଭୋଗନ୍ତି। ବାଇଡେନ୍ ପ୍ରଶାସନ ଯେ ପର୍ଯ୍ୟନ୍ତ ସ୍ପଷ୍ଟ ପ୍ରତିଶୃତି ଏହାର ସର୍ଭିସ ପ୍ରୋଭାଇଡରଙ୍କୁ ଦେଇନି, ଟିକଟକ୍ ଆପ୍ ବାଧ୍ୟ ହେବ ରବିବାର ବ୍ଲାକ୍ ହେବାକୁ। କାରଣ ଟିକଟକ୍ ବ୍ୟାନ ନେଇ ଆଇନ ତିଆରି ବେଳେ ଡେଟଲାଇନ ସରିବା ପରେ ୟୁଏସ କମ୍ପାନୀ ଆପଲ, ଗୁଗଲ ଓ ଓରାକଲ ଭଳି ସର୍ଭିସ ପ୍ରୋଭାଇଡର ଟିକଟକକୁ କୌଣସି ସେବା ଯୋଗାଇବନି ବୋଲି କହିଥିଲା ବାଇଡେନ୍ ପ୍ରଶାସନ। ଯଦି ଏହି ସର୍ଭିସ ପ୍ରୋଭାଇଡର କୌଣସି ସେବା ବ୍ୟାନ୍ ଲାଗୁ ପରେ ଟିକଟକକୁ ଦେବେ, ତେବେ ମୋଟା ଅଙ୍କର ଜରିମାନା ଦଣ୍ଡ ଭୋଗିବେ। ୨୦୨୦ରେ ଟ୍ରମ୍ପ ରାଷ୍ଟ୍ରପତି ଥିଲା ବେଳେ ଟିକଟକ ବ୍ୟାନ ନେଇ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ଏହା ସହ ଏହି ପ୍ଲାଟଫର୍ମକୁ ସୁରକ୍ଷିତ ଲାଗି ହସ୍ତକ୍ଷେପ କରିବାକୁ ବି ଯୋଜନା କରିଥିଲେ। ଆମେରିକାରେ ଟ୍ରମ୍ପ ସରକାରର ଯୁଗ ଆରମ୍ଭ ପରେ ଟିକଟକର ଭବିଷ୍ୟତ ଅନିଶ୍ଚିତତାରେ ରହିବ ନା ଏହା ଉପରୁ ବ୍ୟାନ୍ ହଟିବ, ତାକୁ ନେଇ ଟେନସନରେ ଟିକଟକ୍।

Naxatra News is now on Whatsapp
Join and get latest news update delivered to you via whatsapp
Join Now