ବୋହୂ ପିଟେ- ପୁଅ ଦେଖେ!

ବୋହୁ ପିଟେ। ପୁଅ ଦେଖେ। ଜଣେ ପୂର୍ବତନ ସାଂସଦଙ୍କ ଭାଇ ଓ ଭାଇବୋହୂ ଏମିତି ପରିଣତ ବୟସରେ ଦୁର୍ଦ୍ଦଶା ଭୋଗୁଛନ୍ତି। ପୂର୍ବତନ ସାଂସଦ ବିନୋଦ ସୋନକରଙ୍କ ଭାଇ ସନ୍ଥରାମଙ୍କ ଘରେ ଏଭଳି ବିପଦ ପଡ଼ିଛି। ଆଉ ଏସବୁ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଘଟିଛି। ପ୍ରୟାଗରାଜରେ ଠେଲା ଗାଡ଼ିରେ ପରିବା ବିକି ଏକଦା ଗୁଜରାଣ ମେଣ୍ଟାଉଥିଲେ ସନ୍ଥରାମ। ପୁଅକୁ ଅଫିସର କରିବା ଲାଗି ଥିଲା ସ୍ୱପ୍ନ। କିନ୍ତୁ ବୃଦ୍ଧ ବୟସରେ ପୁଅ ହିଁ କଳଙ୍କ ଲଗାଇଦେଲା ବୋଲି ଆରୋପ ଲଦିଛନ୍ତି ସନ୍ଥରାମ। ତାଙ୍କ ଆଖି ଆଗରେ ତାଙ୍କ ପତ୍ନୀକୁ ବୋହୂ ପିଟନ୍ତି। ଆଉ ପୁଅ ଏ ସବୁ ତମାସା ଦେଖି ଚୁପ ରୁହେ। କୌସାମ୍ୱିର ପୂର୍ବତନ ସାଂସଦ ବିନୋଦଙ୍କ ଦାଦା ପୁଅ ଭାଇ ଅଟନ୍ତି ସନ୍ଥରାମ। ତାଙ୍କ ପତ୍ନୀ ଚାୟଲ ବିଧାୟକ ଦିନେଶ ସୋନକରଙ୍କ ନିଜ ଉଭଣୀ। ରାଜନୀତିକ ପରିବାରରୁ ଆସିଥିବା ସତ୍ତ୍ୱେ ସନ୍ଥରାମ ବିବାହ ପରେ ଦୀର୍ଘ ଦିନ ଧରି ଠେଲା ଗାଡ଼ିରେ ପରିବା ବିକି ଗୁଜରାଣ ମେଣ୍ଟାଉଥିଲେ। ଶାଳକ ତଥା ବିଧାୟକ ଦିନେଶଙ୍କ ସହଯୋଗରେ ସେ ମଣ୍ଡିରେ ପରିବାର ହୋଲସେଲ କାରବାର କରୁଥିଲେ। ଆଜି ତାଙ୍କ ବାର୍ଷିକ ଟର୍ଣ୍ଣଓଭର ୫୫ ଲକ୍ଷ ଟଙ୍କା। କରେଲିର ଶାସ୍ତ୍ରୀନଗରରେ ଦୁଇ ପୁଅଙ୍କ ସହ ରୁହନ୍ତି। ତୃତୀୟ ପୁଅ ପାଖରେ ଆଉ ଏକ ବଙ୍ଗଳା କରି ରହୁଛି। ୨୦୨୦ର ବଡ଼ ପୁଅ ବିକାଶ ଓ ତାଙ୍କ ପତ୍ନୀ ନନ୍ଦିନୀ ସମ୍ପତ୍ତିକୁ ନେଇ ବିବାଦ ଆରମ୍ଭ କରିଥିଲେ। ଏମାନେ ଚାହୁଁଥିଲେ ଯେ, ସାନ ପୁଅ ଅବିନାଶକୁ ଅଲଗା ଘର ତିଆରି କରି ଦିଆଯାଉ। ସେ ସାଙ୍ଗରେ ନ ରହୁ। ଏଥିରେ ସନ୍ଥରାମ ରାଜି ନ ହେବାରୁ ପୁଅ-ବୋହୂର ଟାର୍ଗେଟକୁ ଆସିଯାଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *